Hot Posts

6/recent/ticker-posts

ସିଂହପୁରରେ ନୂଆ ମଲ୍ଟି କେୟାର ପ୍ଲସ୍ କ୍ଲିନିକ୍ ଉଦ୍‌ଘାଟିତ

ବିଂଝାରପୁର , ୦୮/ ୧୦ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର କଲେଜ ରୋଡ୍‌ସ୍ଥିତ ପାତ୍ର ଭବନରେ ନୂତନ ମଲ୍ଟି କେୟାର ପ୍ଲସ୍ କ୍ଲିନିକ୍ ଉଦ୍‌ଘାଟିତ ହୋଇଛି। ଅଞ୍ଚଳବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଏହି କ୍ଲିନିକ୍ ଆରମ୍ଭ କରାଯାଇଛି। କ୍ଲିନିକ୍‌ରେ ବିଭିନ୍ନ ରୋଗର ଚିକିତ୍ସା ଓ ପରାମର୍ଶ ପାଇଁ କଟକ ଓ ଭୁବନେଶ୍ୱରରୁ ଅଭିଜ୍ଞ ଡାକ୍ତରମାନେ ଆସି ରୋଗୀଙ୍କୁ ପରାମର୍ଶ ପ୍ରଦାନ କରିବେ। ଏହାସହ ରୋଗ ନିରୂପଣ ଓ ଚିକିତ୍ସା ସୁବିଧାକୁ ସହଜ କରିବା ପାଇଁ ଡିଜିଟାଲ ଏକ୍ସ-ରେ, ଫିଜିଓଥେରାପି ଏବଂ ରକ୍ତ ନମୁନା ସଂଗ୍ରହ ଭଳି ବିଭିନ୍ନ ସେବା ଉପଲବ୍ଧ ରହିଛି। କ୍ଲିନିକ୍‌ରେ ରୋଗୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବା ସହ ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ନିଦାନମୂଳକ ପରୀକ୍ଷା ସୁଲଭ ମୂଲ୍ୟରେ କରାଯିବ ବୋଲି ମାଲିକ ମନୋଜ କୁମାର ଜେନା କହିଛନ୍ତି। ଏଥିସହ ଔଷଧରେ ସର୍ବାଧିକ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଥିବା ସେ ସୂଚନା ଦେଇଛନ୍ତି। ସିଂହପୁର ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନିକଟରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଚିକିତ୍ସା ପାଇଁ ଦୂରସ୍ଥ ସହର ଉପରେ ନିର୍ଭରଶୀଳତା କମାଇବା ଏହି କ୍ଲିନିକ୍‌ର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।