ଜୟପାଟଣା ଧୁଟିଗୁଡା ଠାରେ ଅଘଟଣ ଭାଲୁ ଆକ୍ରମଣରେ ମହିଳା ଗୁରୁତର ଅବସ୍ଥା I
କଳାହାଣ୍ଡି, ୨୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ହେଲେ କରମେଲି ଗାଁର ହେମନ୍ତ ନାଏକଙ୍କ ପତ୍ନୀ ରେମତୀ ପୂଝାରୀ । ଆଜି ଶନିବାର ଦିନ ପ୍ରାୟ ୦୧ ଘଣ୍ଟା ୩୦ ମିନିଟ ସମୟରେ ଭାଲୁ ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଖରାପ ଅବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ମହିଳା ଜଣକ ଛେଳି ଚରାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା ।
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ