Hot Posts

6/recent/ticker-posts

ମା’ ବିଡ୍ରି ପୀଠରେ ବିଜେପିରେ ଯୋଗଦାନ ଓ ନୂତନ ସଦସ୍ୟଙ୍କୁ ସ୍ୱାଗତ

ନବରଙ୍ଗପୁର, ୨୫/୧୦ ( ନକୁଳ ଭତରା ) : ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗସାରି ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳର ବରିଷ୍ଠ କର୍ମୀମାନେ ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଓ ଜନସେବା ପ୍ରତି ଆସ୍ଥା ପ୍ରକଟ କରି ବିଜେପି ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ମା’ ବିଡ୍ରି ପୀଠରେ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ କରି ଭାରତୀୟ ଜନତା ପାର୍ଟିକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଲି। ଏହି କାର୍ଯ୍ୟକ୍ରମରେ ଝରୀଗାଁ ବିଧାୟକ ନରସିଂହ ଭତରା, SDC ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ମାଝୀ, ବଡ଼ଭରଣ୍ଡୀ ମଣ୍ଡଳ ସଭାପତି ଶ୍ରୀ ଈଶ୍ୱର ଭତ୍ରା, ଖାଣ୍ଡା ମଣ୍ଡଳ ସଭାପତି ଶ୍ରୀ ଉତ୍ତମ ହରିଜନଙ୍କ ସମେତ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଜେପି ପରିବାରକୁ ଯୋଗଦେଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ସଂଗଠନକୁ ଆହୁରି ମଜବୁତ ହେବ ବଳି ଅତିଥି ମାନେ କହିଥିଲେ