୩୧ ତାରିଖରେ ଆମପାଣି ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ମହୋତ୍ସବ ପ୍ରଶାସନ ଓ କମିଟିର ଚୁଡାନ୍ତ ବୈଠକ I
କଳାହାଣ୍ଡି, ୨୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ବୁଢାରଜାଙ୍କ ପ୍ରଶିଦ୍ଧ ଦଶରା ମହୋତ୍ସବ କଳାହାଣ୍ଡିର ଅନନ୍ୟ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପ୍ରସିଦ୍ଧ ବାର୍ଷିକ ଦଶରI ଚଳିତ ମାସ ୩୧ ଅକ୍ଟୋବର ଶନିବାର ଦିନ ହେବାକୁ ଯାଉଛି I ଏନେଇ ଆଜି ଶୁକ୍ରବାର ଦଶରା ଉତ୍ସବ ପରିଚାଳନା ନିମନ୍ତେ ଆମପାଣି ବୁଢ଼ାରଜା ମନ୍ଦିର ପରିସରରେ ପ୍ରଶାସନ ଓ ପୂଜା କମିଟିର ସମନ୍ଵୟ ବୈଠକ ହୋଇଯାଇଛି । ବୁଢ଼ାରଜା ଦେବଙ୍କ ଦଶରା ପରିଚାଳନା ନେଇ ପୂଜା କମିଟିର ସଭାପତି ରୁତୁରାଜ ମାଝୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼କ୍ଟର ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଅଗ୍ନିଶମ ବିଭାଗର ଓ.ଆଇ.ସି ପ୍ରସାନ୍ତ ବାଗ ସମେତ ସ୍ବାସ୍ଥ୍ୟ ବିଭାଗ ଭଳି ଅନ୍ୟାନ୍ୟ ଗୁରୁତ୍ବ ପୂର୍ଣ୍ଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ କିଭଳି ଭାବରେ ବୁଢ଼ାରଜା ଦେବଙ୍କ ଦଶରା ପୂଜା ଶାନ୍ତି ଶୃଙ୍ଖଳା ସହ ପରିଚାଳନା ହେବ ସେ ନେଇ ଆଲୋଚନା ହୋଇଥିଲା ।
କଳାହାଣ୍ଡି ଜିଲ୍ଲା, ରୁ ବିଶ୍ନୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ