ସହୀଦ ସରୋଜ ଶବରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଳାମି ଦିଆଗଲା I
କଳାହାଣ୍ଡି, ୨୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଜନ୍ମମାଟି ରେ ବୀର ସନ୍ତାନଙ୍କୁ ଶେଷ ବିଦାୟ ଝୁରୁଛି ଗାଁ ମାଟି, ନିଶବ୍ଦ ହୋଇଛନ୍ତି ପରିବାର ବର୍ଗ, ଶୋକାକୁଳ ଅବସ୍ଥାରେ ଅଞ୍ଚଳ ବାସି, ବୀର ଯବାନ ଅମର ରହେ ନାରା ରେ ପ୍ରକମ୍ପିତ ହେଉଛି ଗାଁ,ଶୋକାକୁଳ ସହିତ ଗର୍ବରେ ଫାଟି ପଡୁଛି ଗାଁ ଦାଣ୍ଡ, ଦେଶମାତୃକାର ସେବାରେ ନିୟୋଜିତ ସହୀଦ ଯବାନକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବନ୍ଧୁପରିଜନ, ସହକର୍ମୀ ଓ ଅଞ୍ଚଳ ବାସୀ l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ଗ୍ରାମ ର ଦେଶ ସେଵା ରେ ନିୟୋଜିତ ଥିବା ୨୯ ଆସାମ ରାଇଫଲ୍ ରେ କାର୍ଯ୍ୟରତ ଯବାନ ସରୋଜ ଶବର ଙ୍କ ନିଜ ଗାଁ କୁ ମା ଙ୍କ ଶ୍ରାଦ୍ଧ ପାଇଁ ଛୁଟି ରେ ଆସିଥିବା ବେଳେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସେ ପ୍ରଥମ ଯବାନ ଭାବେ ସେନା ବାହିନୀ ରେ ଯୋଗ ଦେଇଥିଲେ । ସେ ଭାରତୀୟ ସେନା ବାହିନୀ ର ଆସାମ ରାଇଫଲ୍ ନାଗାଲାଣ୍ଡ ଜୋନୋବୋଟୋ କ୍ୟାମ୍ପ ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ପରେ ଆଜି ଆସାମ ରାଇଫଲ୍ ସେନା ପକ୍ଷରୁ ଯବାନ ମାନେ ତାଙ୍କ ଗାଁ ରେ ପହଞ୍ଚି ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଗାର୍ଡ ଅଫ ଅନର ଦେବାସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନ ଙ୍କ ଶବଧାରରେ ଅବସର ସେନାକର୍ମଚାରୀ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ, କୋକସରା ପୋଲିସ, ଶହ ଶହ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦ ଙ୍କ ପାର୍ଥିବ ଶରୀର କୁ ଗ୍ରାମ ନିକଟସ୍ଥ ମୁଟୁରାନଦୀ ମଶାଣି ପର୍ଯ୍ୟନ୍ତ ନିଆଯାଇ ସେଠାରେ ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଓ ତୋଫ ସଲାମୀ ଦିଆଯାଇଛି । ଗାଁ ମାଟି ର ଵୀର ଯବାନ କୁ ହରାଇ ଗ୍ରାମବାସୀ ମାନେ ମର୍ମାହତ ହୋଇ ପଡିଛନ୍ତି I
କଳାହାଣ୍ଡି ଜିଲ୍ଲା,ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ