ବୋଡ଼େନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
ବୋଡ଼େନ, ୨୪/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନାରେ ନୂତନ ଥାନା ଅଧିକାରୀ ପ୍ରତିମା ଡୁଙ୍ଗଡୁଙ୍ଗ ଆଜି ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଥାନାରେ ଯୋଗଦାନ କରିବା ପୂର୍ବରୁ ସେ ପୂଜାର୍ଚ୍ଚନା କରିଥିଲେ। ପରେ ଥାନାର କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଷୟରେ ମତବିନିମୟ କରିଥିଲେ।ଏହା ପୂର୍ବରୁ ସେ ଖଡ଼ିଆଳ ଥାନାରେ କାର୍ଯ୍ୟରତ ଥିଲେ। ବୋଡ଼େନ ଥାନାରେ ଯୋଗଦାନ ପରେ ସେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆଗାମୀ ଦିନରେ ଅଞ୍ଚଳରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦେବା ନେଇ ନିଜର ମତ ରଖିଥିଲେ। ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ପରେ ବୋଡ଼େନ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବାଦିଗରେ ନୂତନ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।