ନୂଆପଡ଼ାର ପହରିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି, ଛତିଶଗଡ଼ ଓ ଓଡ଼ିଶାରେ ଭିନ୍ନ ନିୟମକୁ ନେଇ ଅସନ୍ତୋଷ
ନୂଆପଡ଼ା, ୧୮/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ର ଜଙ୍ଗଲ ବହୁଳ ଅଞ୍ଚଳ ରେ ଆଦିମ ଜନଜାତି ପହରିଆ ବସବାସ କରନ୍ତି। ପହରିଆ ଙ୍କ ପାଇଁ ସ୍ୱାଧିନ ଭାରତରେ ଭିନ୍ନ ଭିନ୍ନ ନୀତି, ଛତିଶଗଡ଼ ରେ ଆଦିବାସୀ, ଓଡ଼ିଶା ରେ ପଛୁଆ ବର୍ଗ ମାନ୍ୟତା, ସମସ୍ତ ସୁବିଧାରୁ ବଞ୍ଚିତ,ଆଦିବାସୀ ମାନ୍ୟତା ପ୍ରଦାନ ନଚେତ୍ ଛତିଶଗଡ଼ କୁ ଫେରାଇ ଦିଅ* ତା:୧୭.୧୦ ନୂଆପଡ଼ା ଜିଲ୍ଲା ର ବାନ ପାହାଡ ଘେରା ରେ ବନବାସୀ ଓ ଆଦିମ ଜନଜାତି ପହରିଆ ବସବାସ କରନ୍ତି। ପହରିଆଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଥା ପୂର୍ବମ ତଥା ପରମ। ଜଙ୍ଗଲ ଉପରେ ପୂର୍ଣ୍ଣ ମାତ୍ରାରେ ନିର୍ଭରଶୀଳ । ଜଙ୍ଗଳ ରୁ ବାଉଁଶ ସଂଗ୍ରହ କରି ବାଉଁଶ କୁ ଖଣ୍ଡ ଖଣ୍ଡ କରି ପାତିଆ ବନାଇଥାନ୍ତି।ପାତିଆ ରୁ ବାଉଁଶ ରେ ଅନେକ ପାତ୍ର, ଗୃହ କରଣୀ ସାମଗ୍ରୀ ତିଆରି କରିଥାନ୍ତି। ଏହି ପହରିଆ ସର୍ବ ପ୍ରାଚୀନ କ୍ଷୁଦ୍ର ଶିଳ୍ପୀ ରୂପେ ତାଙ୍କ ବାଉଁଶ କାମ କରିଥାନ୍ତି। ମାନ୍ୟତା ଅଭାବ ରୁ କାରିଗର ଭତ୍ତା ରୁ ମଧ୍ୟ ବଞ୍ଚିତ। ବିଶେଷ କରି ଜମି ଚାଷ କରନ୍ତି ନାହିଁ। ପୂର୍ଣ୍ଣ ମାତ୍ରାରେ ଜଙ୍ଗଳ ଉପରେ ନିର୍ଭରଶୀଳ। ବର୍ତ୍ତମାନ ପହରିଆ ମାନେ ମଧ୍ୟ ଯୁଗ ଉପଯୋଗୀ ହୋଇ ବର୍ତ୍ତମାନ ଦାଦନ ଶ୍ରମିକ ରୂପେ ନିୟୋଜିତ ହୋଇ ରାଜ୍ୟ ବାହାରକୁ ପଳାୟନ କରୁଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ସୀମା ର ଆର ପେଟ ଗୋଟିଏ ନିୟମ ଏବଂ ଏ ପଟେ ଗୋଟିଏ ନିୟମ। ଗୋଟିଏ ଜନଜାତି ବୋଲି ତାଙ୍କ ଝିଅ ଦିଆ ନିଆ ଚାଲୁଅଛି। ଏଠିକାର ଝିଅ ସେପଟେ ବିବାହ ହୋଇ ଆଦିବାସୀ ହେଉଥିବା ବେଳେ ଓଡ଼ିଶାରେ ସେମାନେ ପଛୁଆ ବର୍ଗ। ସେହି ଛତିଶଗଡ଼ ରାଜ୍ୟର ପହରିଆ ଝିଅ ଓଡ଼ିଶାରେ ବିବାହ ହେଲେ ପଛୁଆ ବର୍ଗ ରେ ଅନ୍ତର୍ଭୁକ୍ତ ହୋଇଥାଏ। ଓଡ଼ିଶା ର ନୂଆପଡ଼ା ଜିଲ୍ଲା ରେ ପହରିଆ ଜନଜାତି ଙ୍କ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଉଅଛି। ଜମି ନାହିଁ, ଘର ଡିହ ପଟ୍ଟା ନାହିଁ, ଆଦିବାସୀ ଙ୍କୁ ଦିଆଯାଉଥିବା ସୁବିଧାରୁ ବଞ୍ଚିତ। ଭାଷା ଗେଟ ତ୍ରୁଟି କାରଣ ରୁ ତାଙ୍କ ସମସ୍ୟା। ଦୀର୍ଘ ଦଶନ୍ଧି। ବିତିଯାଇଥିଲେ ମଧ୍ୟ ପାହାଡ଼ିଆ ବା ପହରିଆ ଅବସ୍ଥା ଅତି ଦୟନୀୟ ଅଟେ।