Hot Posts

6/recent/ticker-posts

ସିନାପାଲିରେ ଧୁମ୍‌ଧାମରେ ପାଳିତ ହେଉଛି ୨୦ତମ ଶ୍ରୀରାମ ପୂଜା, ଭକ୍ତଙ୍କ ପାଇଁ ପ୍ରତିରାତି ଅନ୍ନପ୍ରସାଦ ବ୍ୟବସ୍ଥା

ସିନାପାଲି, ୧୮/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ସହରସ୍ଥିତ ଶ୍ରୀରାମ ଛକଠାରେ ଦଶହରା ଅବସରରେ ଶ୍ରୀରାମ ପୂଜା କମିଟି ପକ୍ଷରୁ ୨୦ତମ ଶ୍ରୀରାମ ପୂଜା ମହା ଆଡ଼ମ୍ବର, ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହେଉଛି ଅକ୍ଟୋବର ୧୬ ତାରିଖରୁ ଆରମ୍ଭହୋଇଥିବା ଏହି ଧାର୍ମିକ ଉତ୍ସବ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବା ପୂଜାକୁ ନେଇ ସମଗ୍ର ସିନାପାଲି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରୀରାମ ଛକ ଉତ୍ସବମୁଖର ହୋଇଉଠିଛାପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ସିନାପାଲି ସ‌ହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି ପ୍ରତିଦିନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି ଧାର୍ମିକ ଆସ୍ଥା ଓ ପାରମ୍ପରିକ ରୀତିନୀତିକୁ ଆଧାର କରି ଆୟୋଜିତ ଏହି ପୂଜା ଅଞ୍ଚଳବାସୀଙ୍କ ମନରେ ଭକ୍ତି ଓ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରୁଛିଏହି ପୂଜାରେ କର୍ଷା ଭାବେ ଶ୍ରୀଯୁକ୍ତ ସୁଶୀଲ କୁମାର ଯୋଶୀ ଓ ତାଙ୍କ ଧର୍ମପନ୍ଥୀ ଦାୟିତ୍ଵ ତୁଲାଉଛନ୍ତି। ପୂଜକ ଶ୍ରୀଯୁକ୍ତ ଜଗଦାନନ୍ଦ ଦାସ ବୈଦିକ ରୀତିନୀତି ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରୁଛନ୍ତି ମନ୍ତ୍ରାଚ୍ଚାରଣ, ପାରମ୍ପରିକ ପୂଜାବିଧ ଓ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପୂଜାସ୍ଥଳୀରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛାପ୍ରଭୁ ଶ୍ରୀରାମଙ୍କ ଆଦର୍ଶ, ଧର୍ମପରାୟଣତା, ସତ୍ୟନିଷ୍ଠା ଓ ନ୍ୟାୟର ପଥ ମଣିଷ ସମାଜ ପାଇଁ ସର୍ବଦା ପ୍ରେରଣାଦାୟକା ଏହି ମହାନ ଆଦର୍ଶକୁ ସ୍ମରଣ କରିବା ସହ ଧାର୍ମିକ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଶ୍ରୀରାମ ପୂଜା ଆୟୋଜନ କରାଯାଉଛି ପୂଜା ଅବସରରେ ଶ୍ରଦ୍ଧାଳୁମାନେ ଭକ୍ତିଭାବର ସହ ପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛନ୍ତିପ୍ରତି ରାତିରେ ଅନ୍ନପ୍ରସାଦ ବ୍ୟବସ୍ଥାଶ୍ରୀରାମ ପୂଜା କମିଟି ପକ୍ଷରୁ ଉତ୍ସବକୁ ଅଧିକ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂଜା ଚାଲିଥିବା ପ୍ରତ୍ୟେକ ରାତିରେ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ରହିଛି। ଏହା ଫଳରେ ପୂଜା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଅନ୍ନପ୍ରସାଦ ସେବନ କରିବାର ସୁଯୋଗ ପାଉଛନ୍ତାଧାର୍ମିକ ଉତ୍ସବରେ ଅନ୍ନପ୍ରସାଦ ବଣ୍ଟନ ଭକ୍ତି, ସେବା ଓ ସମାନତାର ଭାବନାକୁ ପ୍ରତିଫଳିତ କରୁଛି। ଏହି ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନଙ୍କ ମଧ୍ୟରେ ସହଯୋଗ ଓ ସୌହାର୍ଘ୍ୟର ଭାବନା ଦୃଢ଼ ହେଉଛି ପୂଜା କମିଟିର ଏହି ପଦକ୍ଷେପକୁ ଶ୍ରଦ୍ଧାଳୁମାନେ ସ୍ଵାଗତ କରୁଛନ୍ତି ଧାର୍ମିକ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ଏହା ଫଳରେ ପୂଜା ମଣ୍ଡପରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଉଛି ପରିବାର ସହ ପୂଜା ଦର୍ଶନ ପାଇଁ ଆସୁଥିବା ଲୋକେ ଧାର୍ମିକ ପରିବେଶ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ଆନନ୍ଦ ଉଠାଉଛନ୍ତି।ଏହି ପୂଜା କେବଳ ଏକ ଧାର୍ମିକ ଆୟୋଜନ ହୋଇ ରହିନାହିଁ, ବରଂ ଏହା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ମିଳନ, ସହଯୋଗ ଓ ଭାଇଚାରାର ଏକ ମାଧ୍ୟମ ପାଲଟିଛି ପୂଜା ଅବସରରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ସମାଗମ ହେଉଥିବାରୁ ସିନାପାଲି ସହରରେ ଏକ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳୁଛି୨୦ତମ ଶ୍ରୀରାମ ପୂଜାକୁ ସଫଳ କରିବା ପାଇଁ ଶ୍ରୀରାମ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ ସହଯୋଗ କରୁଛନ୍ତି ପୂଜାର ବିଭିନ୍ନ ବ୍ୟବସ୍ଥାଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ସୁବିଧା ଓ ଅନ୍ନପ୍ରସାଦ ବଣ୍ଟନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ କମିଟିର ସଦସ୍ୟମାନେ ନିଜ ନିଜ ଦାୟିତ୍ଵ ତୁଲାଉଛନ୍ତିଦୀର୍ଘ ୨୦ ବର୍ଷ ଧରି ଆୟୋଜିତ ହୋଇଆସୁଥ‌ିବା ଏହି ପୂଜା ସିନାପାଲି ଅଞ୍ଚଳର ଧାର୍ମିକ ପରମ୍ପରା ସହ ଜଡ଼ିତ ହୋଇ ରହିଛି ପ୍ରତିବର୍ଷ ଏହି ଉତ୍ସବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଶ୍ରଦ୍ଧା ଦେଖିବାକୁ ମିଳୁଛି ଚଳିତ ବର୍ଷ ମଧ୍ଯ ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି।ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଧାର୍ମିକ ଉତ୍ସବରେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହ ପୂଜାର ଆଧ୍ୟାତ୍ମିକ ମାହୋଲର ଅନୁଭୂତି ନେଉଛନ୍ତି ଭକ୍ତି, ଶ୍ରଦ୍ଧା ଓ ସାମାଜିକ ଏକତାର ବାର୍ଭା ନେଇ ସିନାପାଲିରେ ୨୦ତମ ଶ୍ରୀରାମ ପୂଜା ଉତ୍ସାହର ସହ ପାଳିତ ହେଉଛି