ରାୟଗଡ଼ାରେ ଏବିଭିପିର ପ୍ରେସମିଟ୍
ରାୟଗଡ଼ା, ୧୭/୧୦ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ତେଜସ୍ୱିନୀ ହୋଟେଲଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। କଲେଜ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କରିବା ସହ ଦୀର୍ଘ ଆଠ ବର୍ଷ ପରେ ଏଭଳି ସଫଳତା ମିଳିଥିବା କହିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟପଟେ, କଲେଜ ଅଧ୍ୟକ୍ଷଙ୍କୁ ଓ ଷ୍ଟାଫ ମା ମାନଙ୍କୁ ରାତି ତମାମ କ କଲେଜ ପରିସର ମଧ୍ୟ ରେ ତାଲା ପକାଇ ରଖିବା ଘଟଣାକୁ ନେଇ ବିଜେଡି ଛାତ୍ର ସଂଗଠନକୁ ନିନ୍ଦା କରିଛି ଏବିଭିପି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି