Hot Posts

6/recent/ticker-posts

ସଦର ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

କଳାହାଣ୍ଡି, ୦୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭୁବନେଶ୍ୱରରେ ଗତ ୨୯ ତାରିଖରେ ପ୍ରତିବାଦ ସମୟରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ସହ ପୋଲିସର କଥିତ ଦୁର୍ବ୍ୟବହାର ଓ ଓଡ଼ିଶା ପୋଲିସର କଥିତ ବର୍ବରତାକୁ ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଶନିବାର ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ଗାନ୍ଧୀ ଛକରୁ କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଭୁବନେଶ୍ୱର ପ୍ରତିବାଦ ସମୟରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ସମେତ ଦଳୀୟ ନେତା ଓ କର୍ମୀମାନଙ୍କ ସହ ପୋଲିସର ଦୁର୍ବ୍ୟବହାର କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। ଏହି ପ୍ରତିବାଦ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ, ଆବାହକ ଧନୁର୍ଧର ନାଏକ, ଇନ୍ଦ୍ରଜିତ ମହାକୁଡ଼, ମହମ୍ମଦ ସାହେବ, ନାରୀନେତ୍ରୀ ପ୍ରଗତି ନାୟକ, ଶ୍ରୀମତୀ ସୁକାନ୍ତି ସରାଫ, ମିଡିଆ ସେଲ୍‌ର ସନ୍ତୋଷ ପ୍ରଧାନଙ୍କ ସମେତ ବିଭିନ୍ନ ବ୍ଲକ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ।



କଳାହାଣ୍ଡି ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ