କଳାହାଣ୍ଡି, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗାଁ ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ପଞ୍ଚାୟତ ସାପମୁଣ୍ଡି ଗାଁର ଜୟସେନ ମାଝୀଙ୍କ ଝିଅ ଦ୍ରୌପଦୀ ମାଝୀ । ସେ କିଆପଦର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ସୂଚନା ଅନୁସାରେ, ସ୍କୁଲରୁ ଗାଁକୁ ଆସିବା ପରେ ଦ୍ରୌପଦୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଘଟଣା ଜଣାପଡ଼ିବା ପରେ ପାଖଆଖର ଲୋକ ଓ ସମ୍ପର୍କୀୟମାନେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସାପମୁଣ୍ଡି ଗାଁରେ ଶୋକର ଛାୟା ଖେଳିଯାଇଛି ।
କଳାହାଣ୍ଡିରୁ ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
