ଗାନ୍ଧୀ ଜୟନ୍ତି ପାଳନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ
ବଡ଼ଚଣା, ୦୨/୧୦ ( ନିରୋଜ କୁମାର ସେଠୀ ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ବଡଚଣା ଭାଜପା ପକ୍ଷରୁ ମହା ଆଡମ୍ବର ସହକାରେ ପାଳନ ହୋଇଥାଏ ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳନ ପାଇଁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ନେଳିଆ ଛକ ଠାରୁ ବାହାରି ଚମ୍ପାପୁର ହାଟ ଗାନ୍ଧୀଙ୍କ ପ୍ରତିମୃତ୍ତି ନିକଟରେ ପହଞ୍ଚିଥିଲା। ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ସହ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।ପ୍ରତିମୃତ୍ତିରେ ମାଲ୍ୟାର୍ପଣ ପରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ସଫେଇ ନାଳ ଉପରେ ସେତୁ ନିର୍ମାଣ, ଜଳ ନିଷ୍କାସନ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢିକରଣ, ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ, ସପନପୁର କୋଠ ଘର,ଗ୍ରାମୀଣ ଉଦ୍ୟାନ ଶିଳାନ୍ୟାସ ଓ ଗ୍ରାମ ପଞ୍ଚାୟତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଶୁଭ ଉଦଘାଟନ ବିଧାୟକ ଶ୍ରୀ ନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲାଏଥିରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ସହକରୀ ଯନ୍ତ୍ରୀ ଉପସ୍ଥିତଥିଲେ।ଏହାପରେ ଜିଲ୍ଲା ଭାଜପା ସମ୍ପାଦକ ବିକାଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ, ନୀତି ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବଡଚଣାର ବିଭିନ୍ନ ସ୍ଥାନରେ ବିକାଶର ନୂଆ ଅଧ୍ୟାୟ ଯୋଡି ହେଉଥିବା ବେଳେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧି ଯେତେ ଅପପ୍ରଚାର କଲେବି ବଡଚଣା ବିକାଶ ରଥକୁ କେହି ରୋକି ପାରିବେ ନାହିଁ କି ଭାରତୀୟ ଜନତାପାଟିର୍ର ଲୋକପ୍ରିୟତାକୁ ସାଧାରଣ ଲୋକଙ୍କ ଭଲ ପାଇବା ଠାରୁ ଦୂରେଇ ଦେଇ ପାରିବେନି ବୋଲି ମନ୍ତବ୍ୟରଖିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ସଭ୍ୟ ଅରବିନ୍ଦ ସାମଲ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ନିଳମଣୀ ରାଉତ, ଦିପକ ସାହୁ, ରଞନ ସାହୁ, ସାଂସଦ ଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ, ପାଞ୍ଚଟି ମଣ୍ଡଳର ସଭାପତି, ଚମ୍ପାପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଛତିଆ ମଣ୍ଡଳ ସଭାପତି ବିଶ୍ୱଜିତ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।