ବିଞ୍ଝାରପୁର ବିଜେଡିର ମିଶ୍ରଣ ପର୍ବ
ବିଂଝାରପୁର ୧୧/୧୦ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ନିର୍ବାଚ଼ନ ମଣ୍ଡଳିରେ ବିଜୁ ଜନତା ଦଳର ପ୍ରଭାବ ବିସ୍ତାର ହେବାରେ ଲାଗିଛି । ବିଧାୟିକା ତଥା ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୋଟି ଚାଳନାରେ ବିଜେପି ଛାଡ଼ି ବିଜେଡ଼ି ମୁଁହାଁ ହେବାରେ ଲାଗିଛନ୍ତି କର୍ମୀ । ଲୋକଙ୍କ ସରକାର ଉପରେ ଆଉ ଲୋକଙ୍କ ଭରଷା ପାଉନାହିଁ ବୋଲି ଏହି ମିଶ୍ରଣରେ ଜାଣିବାକୁ ମିଳିଛି । ୨ବର୍ଷ ରୁ ଉର୍ଦ୍ଧ ସରକାର ଉପରେ ଜନ ସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି । ରାସ୍ତା ଘାଟ ର ଅବସ୍ଥା ଠାରୁ ଦରଦାମ ବୃଦ୍ଧି ରେ ଅତିଷ୍ଟ ହୋଇ ପୁଣି ବିଜେଡି ମୁହାଁ ହେଉଛନ୍ତି ଜନସାଧାରଣ । ଓଡିଶା ମାଟିର ବରପୁତ୍ରଙ୍କ ନାମରେ ନାମିତ ବିଜୁ ଜନତା ଦଳ ଉପରେ ଲୋକଙ୍କ ଭରଷା ଥିଲା ଆଗକୁ ରହିବ ବୋଲି ମିଶ୍ରଣ ପର୍ବରେ ପ୍ରକାଶ ପାଇଛି | ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ସ୍ଵଚ୍ଛତା କୁ ନେଇ ଆଜିବି ବିଜେଡି ବିରୋଧିକୁ ଧରାଶାୟୀ କରୁଛୁ । ଓଡିଶାର ହକ୍ ପାଇଁ ଲଢେଇ ଜାରୀ ରଖିଛି । ଏହି କ୍ରମରେ ବିଜୁ ଜନତା ଦଳ ଉପରେ ଭରସା ରଖି ଆଜି ଆଉଁରୀ ପଞ୍ଚାୟତରେ ୧୭ ଜଣ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ବିଧାୟିକା ନବାଗତ ମାନଙ୍କୁ ପାଛୋଡି ନେବା ସହ ନବୀନ ଆଦର୍ଶର ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ , ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ମହାନ୍ତି ଏବଂ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ ।