ସେବା ସଙ୍କଳ୍ପ ଅଭିଯାନ ଅବସରରେ ରକ୍ତଦାନ ଶିବିର
କଳାହାଣ୍ଡି, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ଏବଂ ସେବା ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ‘ସେବା ସଙ୍କଳ୍ପ ଅଭିଯାନ’ ଅଧୀନରେ ଆଜି ମହାତ୍ମାଗାନ୍ଧୀ ଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭବାନୀପାଟଣା ସରକାରୀ ଡାକ୍ତରଖାନାସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାରଠାରେ ବିଜେପି ଭବାନୀପାଟଣା ନଗର ମଣ୍ଡଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଦଳର ବହୁ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଉତ୍ସାହର ସହିତ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ନଗର ସଭାପତି ଚିତ୍ତରଞ୍ଜନ ପାତ୍ର, ନଗର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ, ଜିଲ୍ଲା ଉପସଭାପତି ଶ୍ରୀ ରୂପେଶ ଜେନ,ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ଅନାମ ନାଏକ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ,ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା, ଜିଲ୍ଲା ଉପସଭାପତି ଜୟଶଙ୍କର ନାଏକ, କିସାନ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଧୀର ମୁଣ୍ଡ, ଅଳ୍ପସଂଖ୍ୟକ ମୋର୍ଚ୍ଚା ଜିଲ୍ଲା ସଭାପତି ପତ୍ଵନ୍ତ ସିଂ, ଜିଲ୍ଲା ସମ୍ପାଦକ ବିଜୟଦେବ ସାହୁ, ସନ୍ତୋଷୀ ଦାଶ, ବିନିତା ଦାଶ, ଭାମା ବେମାଲ, ଶର୍ମିଷ୍ଟା ନାୟକ, ଅତନୁ ନାୟକ, ମାନସ ଜେନା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ଶୋଭାଗିନୀ ପାତ୍ର, ଅନିତା ବିଶ୍ୱାଳ, ରଘୁ ବେହେରା, ବିଜୟ ମହାରଣା କୃଷକ ମୋର୍ଚ୍ଚା ନଗର ସଭାପତି ଶ୍ରୀ ସତ୍ୟନାରାୟଣ ବିଶି, ନଗର ଉପସଭାପତି ନିରଞ୍ଜନ ଜୋଷୀ, ବରିଷ୍ଠ ନେତା ଶ୍ରୀ ଭବାନୀଶଙ୍କର ନିଆଲ ସୁଜିତ ସ୍ୱାଇଁ, ରଘୁନାଥ ବେହେରା, ରାକେଶ ଶର୍ମା, ପୃଥ୍ବୀରାଜ ସିଂ, ସନ୍ତୋଷ ସାହୁ, ରୋଶନ ଅଗ୍ରୱାଲଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଏକ ମହତ୍ ସେବା। ଆମର ଏକ ଛୋଟ ପ୍ରୟାସ ଜଣେ ଆବଶ୍ୟକତାପୂର୍ଣ୍ଣ ମଣିଷର ଜୀବନ ରକ୍ଷାରେ ସହାୟକ ହୋଇପାରେ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୋଢ଼ ଏହି ମହତ୍ କାର୍ଯ୍ୟରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଅନ୍ତରିକ ଧନ୍ୟବାଦ ଓ ଆୟୋଜକ ମଣ୍ଡଳୀକୁ ସାଧୁବାଦ ଜଣାଇଥିଲେ I
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ