Hot Posts

6/recent/ticker-posts

ଗାନ୍ଧୀଜୀଙ୍କ ଆଦର୍ଶରେ ସ୍ୱଚ୍ଛ ଗାଁ ଗଠନର ଆହ୍ୱାନ ଦେଲେ ନିରଂଜନ ବେଉରିଆ

ବିଂଝାରପୁର , ୦୨/୧୦ (ପ୍ରଦୀପ କୁମାର ମଲ୍ଲିକ) : ପବିତ୍ର ୧୫୭ତମ ଗାନ୍ଧୀ ଜୟନ୍ତୀ ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ତୋଟା ସାହିରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସରପଞ୍ଚ ଶ୍ରୀଯୁକ୍ତ ନିରଂଜନ ବେଉରିଆ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ନିରଂଜନ ବେଉରିଆ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଗ୍ରାମ ସ୍ୱରାଜର ଚିନ୍ତାଧାରା ଆଜି ମଧ୍ୟ ସମାଜ ପାଇଁ ପ୍ରାସଙ୍ଗିକ। ଗାନ୍ଧୀଜୀ ଗ୍ରାମକୁ ଦେଶର ବିକାଶର ମୂଳ ଆଧାର ଭାବେ ଦେଖିଥିଲେ। ତେଣୁ ଗ୍ରାମର ବିକାଶ ସହ ସ୍ୱଚ୍ଛତା, ସ୍ୱାବଲମ୍ବନ ଓ ସାମାଜିକ ଏକତାକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେ ଉପସ୍ଥିତ ଲୋକଙ୍କୁ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଗେଇ ନେବା ସହ ନିଜ ଚାଲିଚଳଣରେ ସ୍ୱଚ୍ଛତା ଆପଣାଇବାକୁ ପରାମର୍ଶ ଦେଇଥିଲେ। ନିଜ ଘର, ଗାଁ ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ସହ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ। ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ତାଙ୍କ ଆଦର୍ଶକୁ ଜୀବନରେ ପ୍ରୟୋଗ କରିବାରେ ରହିଛି ବୋଲି ସେ କହିଥିଲେ।“ସ୍ୱଚ୍ଛ ଗାଁ, ସୁସ୍ଥ ଗାଁ—ସ୍ୱଚ୍ଛତା ଆମ ସମସ୍ତଙ୍କ ଦାୟିତ୍ୱ” ବୋଲି ଶ୍ରୀ ବେଉରିଆ କହିଥିଲେ। କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ବେହେରା, ଶ୍ରୀଧର ଜେନା, ରାଖାଲ ମଲ୍ଲିକ, ଭୁବନାନନ୍ଦ ସାମଲ , ମଦନ ମୋହନ ଜେନା, କିଶୋର ମଲ୍ଲିକ, ସନ୍ତୋଷ ଧଳ, କାଳୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉପସ୍ଥିତ ବ୍ୟକ୍ତିମାନେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତାକୁ ଜନଜୀବନରେ ପ୍ରୟୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।