Hot Posts

6/recent/ticker-posts

ବିକାଶ ଅଭିଯାନ କାର୍ଯ୍ୟକ୍ରମ ଉଦ୍‌ଯାପିତ

କର୍ଲାମୁଣ୍ଡା, ୦୭/୧୦ (ସୁଶାନ୍ତ ରଣା) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି ଜୁନାଗଡ ବ୍ଲକ ରେଣ୍ଡୋ ମାଝୀ ୟୁଥ କ୍ଲବ ତେଟୁଲିପଡ଼ା ପକ୍ଷରୁ ଯୁବ ଅନୁଷ୍ଠାନ ବିକାଶ ଅଭିଯାନ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି। ଏହା ପାଞ୍ଚ ଦିନ ଧରି ଚାଲିଥିବା ବେଳେ ଆଜି ଶେଷ ଦିନରେ କେତେକ ଅନୁଷ୍ଠାନ ମାନଙ୍କୁ କିଛି ଖେଳ ସାମଗ୍ରୀ ବଣ୍ଟନ ଦିଆଯାଇଛି। ଏଥିରେ ରାଧାକ୍ରିଷ୍ଣା ଯୁବକ ସଂଘ, ରେଣ୍ଡୋ ମାଝୀ ଯୁବକ ସଂଘ, ନିଖିଳ ଉତ୍କଳ ଯୁବକ ସଂଘ ଶ୍ରୀ ଶ୍ୟାମ ଶ୍ୟାମ ୟୁଥ କ୍ଲବ ମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେରା ଯୁବା ଭାରତ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ବଂଶ ଶର୍ମା, ସମ୍ମାନିତ ଅତିଥି ବିଜୟୀ କୁମାର ଛତ୍ରିଆ, ମଧୁଳିକା ବାଗଜି ଓ ବର୍ଷା ମହାନ୍ତୀ ଶୁଭସ୍ମିତା ମଲ୍ଲିକ ଉପସ୍ଥିତ ରହି ଯୁବ ବିକାଶ ଅଭିଯାନରେ ଅନୁଷ୍ଠାନ ମାନଙ୍କର ବିକାଶ କିପରି ଭାବରେ ହୋଇ ପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ। ଏଥିରେ ପୂର୍ବତନ ସ୍ବେଛାସେବୀ ମମତା ପ୍ରଧାନ, ସତ୍ୟବାନ ପ୍ରଧାନ, ମିନିକେତନ ଭୋଇ, ବିଜୟ ଜାନୀ ଓ ଜଗତ ନନ୍ଦ ବାଗ ସହଯୋଗ କରିଥିଲେ।