ବ୍ରାଉନ୍ ସୁଗାର ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ! ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ମହିଳାଙ୍କ ସମେତ ୨ ଗିରଫ।
କଟକ, ୩୦/୦୯ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାରେ ବ୍ରାଉନ୍ ସୁଗାର କାରବାର ଉପରେ ଅବକାରୀ ବିଭାଗର ବଡ଼ ଆକ୍ସନ୍। ବ୍ରାଉନ୍ ସୁଗାର ଚାଲାଣ ବେଳେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମାଡ଼ି ବସିଛି କଟକ ଜିଲ୍ଲା ଅବକାରୀ ବିଭାଗ। ଉଭୟ ଅଭିଯୁକ୍ତ ଇମାମ୍ ପଡ଼ା ବସ୍ତିର ବୋଲି ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ମୋଟ ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ କରିଛି ଅବକାରୀ ବିଭାଗ। ତେବେ ଏହି ବ୍ରାଉନ୍ ସୁଗାର କେଉଁଠାରୁ ଆସୁଥିଲା, କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ବ୍ରାଉନ୍ ସୁଗାର କାରବାର ଉପରେ ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା।
କ୍ୟାମେରା ପର୍ସନ୍ଙ୍କ ସହ, ନବଦୂତ news।