ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ନମୋ ସେବା ଗାଥା" ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଭବାନୀପାଟଣା, ୦୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ସ୍ଥାନୀୟ ଟାଉନ ହଲ ଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନା ର ସୁଫଳ ପହଞ୍ଚାଇବା, ଜନ ସହଭାଗିତା ବଢ଼ାଇବା ଓ ସେବାକୁ ସାମୂହିକ ଆନ୍ଦୋଳନ ର ରୂପ ଦେବାକୁ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ବର ରୁ ବିଭିନ୍ନ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହି ପରିପେକ୍ଷୀରେ ଗତ ୨୮ ସେପ୍ଟେମ୍ବର ୨୦୨୬ ରୁ ୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ଓ ସାଂସ୍କୃତିକ ଦଳ ଗୁଡ଼ିକ ଅଂଶଗ୍ରହଣ କରି ଜିଲ୍ଲାର ୧୩ ଟି ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଜନ କଲ୍ୟାଣକାରୀ ଯୋଜନାର ସଫଳତାକୁ ପ୍ରତିଫଳିତ କରୁଥିବା ୩୦୭ ଟି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ। ଆଜି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ରୁ ଆସିଥିବା ଏକ ପଥପ୍ରାନ୍ତ ନାଟକ ଦଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଶାସନକାଳ ମଧ୍ୟରେ ଉନ୍ନତିମୂଳକ ଯୋଜନା ଓ ବିକାଶକୁ ପ୍ରଦର୍ଶନ କରିଥିଲେ।ସ୍ବଚ୍ଛ ଭାରତ,ବିଦେଶ ନିବେଶ, ଡିଜିଟାଲ ଶିକ୍ଷା,ସୋଲାର ଶକ୍ତି,ଆୟୁଷ୍ମାନ ଭାରତ,ଗ୍ରାମୀଣ ବିଜୁଳି, ଗମନାଗମନ,ସଡ଼କ,ଜଳ ସେଚନ,କୃଷି, ଅପରେସନ ସିନ୍ଦୂର, ଇଣ୍ଟରନେଟ ବ୍ୟବହାର ଓ ଯୋଗାଯୋଗ,ଡିବିଟି, ୟୂପି ଆଇ,ପ୍ରତିରକ୍ଷା ଉତ୍ପାଦନ ଉପରେ ବିଶେଷ ଗୁରୁତ୍ୱ ଦେଇ ନାଟକ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ, ସମ୍ମାନୀତ ଅତିଥି ଭାବେ ଡେପୁଟୀ କମାଣ୍ଡ ଣ୍ଟ (ସି ଆର୍ ପି ଏଫ୍) ଏସ ପାତ୍ର,ସାଂସଦ ପ୍ରତିନିଧି ସନ୍ତୋଷ ବିଶି,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଉପ ନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ ଶ୍ରୀକାନ୍ତ ଦଳେଇ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର, ଡି ପି ଇ ଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସହରର ବୁଦ୍ଧିଜୀବୀ, ନାଟକ ପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ।