କଳାହାଣ୍ଡି, ୦୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭାଇଁରୀଗୁଡ ପଞ୍ଚାୟତ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ନାନ୍ଦୁଲ ମଣ୍ଡଳ ର ଭାଇଁରୀଗୁଡ଼ା - ୦୧ ଆଙ୍ଗନବାଡ଼ି କେନ୍ଦ୍ରରେ "ରାଷ୍ଟ୍ରୀୟ ପୋଷଣ ମାସ" ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି I ଏହି ଅବସରରେ ଆଙ୍ଗନବାଡ଼ି କେନ୍ଦ୍ର ପରିସରକୁ ରଙ୍ଗବେରଙ୍ଗର ବେଲୁନ୍, ଶିକ୍ଷଣୀୟ ପୋଷ୍ଟର ଏବଂ ପାଠ୍ୟପୁସ୍ତକ ଦ୍ୱାରା ସୁନ୍ଦର ଭାବେ ସଜାଯାଇଥିଲା I ଏହି କାର୍ଯ୍ୟକ୍ରମ ସି.ଡି.ପି.ଓ. ଗୀତା ଜାନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ସୁପରଭାଇଜର ପୁଷ୍ପାଞ୍ଜଳି ମୁଣ୍ଡ ଙ୍କ ଉପସ୍ଥିତିରେ ସଫଳତାପୂର୍ବକ ସମ୍ପାଦିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ ଓ ନେତୃତ୍ୱ ଭାଇଁରୀଗୁଡ଼ା - ୦୧ କେନ୍ଦ୍ରମୁଖ୍ୟ ନେତ୍ରୀ ପ୍ରଭାସିନୀ ବାଣୁଆ ଏବଂ ସହାୟତା ରୂପେ ନମିତା ପ୍ରଧାନୀ ଭାଇଁରୀଗୁଡ଼ା - ୦୨ କେନ୍ଦ୍ରମୁଖ୍ୟ ନେତ୍ରୀ ସସ୍ମିତା ପୁଜାରୀ ଏବଂ ସହାୟତା ରୂପେ ଲିଲି ପ୍ରଧାନୀ କୁରୁଗୁଡ଼ା କେନ୍ଦ୍ର ସହାୟତା ରୂପେ ମଞ୍ଜୁ ଲତା ଚାଲାଣ ଏହାସହିତ ନାନ୍ଦୁଲ ସେକ୍ଟରର ୩୧ ଟି କେନ୍ଦ୍ରର ଅଙ୍ଗଡ଼ବାଡ଼ି କର୍ମୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I "ଆମ ଆଙ୍ଗନବାଡ଼ି, ଆମ ଦାୟିତ୍ୱ" ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅବସରରେ "ଆମ ଆଙ୍ଗନବାଡ଼ି, ଆମ ଦାୟିତ୍ୱ" ସ୍ଲୋଗାନ୍ ମାଧ୍ୟମରେ ଶିଶୁଙ୍କ ସଠିକ୍ ପୋଷଣ,ପ୍ରାରମ୍ଭିକ ଯତ୍ନ ଏବଂ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ଶେଷରେ ସମସ୍ତେ ମିଶି କୁପୋଷଣ ମୁକ୍ତ ସମାଜ ଗଠନ ପାଇଁ "ସଭିଁଏ ଏକାଠି ହୋଇ ଉତ୍ତମ ପୋଷଣ ଦିଗରେ ଆଗେଇବା"ର ସଂକଳ୍ପ ନେଇଥିଲେ I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
