Hot Posts

6/recent/ticker-posts

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, ୦୨/୧୦ ( ଜଗଦିଶ ମେହେର ) : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲାରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର ୪ଟା ୩୦ ମିନିଟ୍‌ରେ ଏକ ଯାନ ମାଧ୍ୟମରେ ସମଗ୍ର ସହରରେ ରାମଧୁନ୍‌ ପରିବେଷଣ କରାଯାଇଥିଲା। ପରେ ସକାଳ ୮ଟା ୩୦ ମିନିଟ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିସହ ନିକଟସ୍ଥ ଦାଣ୍ଡୀ ଯାତ୍ରା ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ, ଡିଭିଜନାଲ୍ ଫରେଷ୍ଟ ଅଫିସର ଶ୍ରୀ ବିଶ୍ୱଜିତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନଙ୍କ ସମେତ ଡିଆଇପିଆରଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହାପରେ ସକାଳ ୧୦ଟା ୩୦ ମିନିଟ୍‌ରେ ସଂସ୍କୃତି ଭବନଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୋଗଦେଇ ନିଜ ନିଜ ଧର୍ମଗ୍ରନ୍ଥ ପାଠ କରିଥିଲେ। ସଭା ପୂର୍ବରୁ କଣ୍ଠଶିଳ୍ପୀ ପୁଷ୍ପକ ରାୟ ‘ରଘୁପତି ରାଘବ ରାଜା ରାମ’ ଭଜନ ପରିବେଷଣ କରିଥିଲେ। ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ, ସୋନପୁର ଉପଜିଲ୍ଲାପାଳ ଡା. ସୌମ୍ୟରୂପା ରଥ, ମୁଖ୍ୟ ବକ୍ତା ଶ୍ରୀ ସୌରଭ ରଞ୍ଜନ ଖମାରୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରର ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ସମଗ୍ର ସଭାର ସମନ୍ୱୟ କରିଥିଲେ। ଏହି ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।