ସିଂହପୁର ବିଜେପି କାର୍ଯ୍ୟାଳୟରେ ବବିତା ମଲ୍ଲିକଙ୍କ ଜନ୍ମଦିନ ପାଳନ
ବିଂଝାରପୁର, ୨୩/୧୦ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକଙ୍କ ଜନ୍ମଦିନ ଉତ୍ସାହର ସହ ପାଳିତ ହୋଇଯାଇଛି। ଏଥିରେ ବିଂଝାରପୁର ଓ ଦଶରଥପୁର ବ୍ଲକର ହଜାରରୁ ଊର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତପନ ନନ୍ଦ, ବରିଷ୍ଠ ବିଜେପି ନେତା ତଥା ମଣ୍ଡଳ ସଂଯୋଜକ ନିରଞ୍ଜନ ବେଉରିଆ, ବିଂଝାରପୁର ବ୍ଲକ ସାଂସଦ ପ୍ରତିନିଧି ପୁରୁଷୋତ୍ତମ ବେହେରା, ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର କୁମାର ମଲ୍ଲିକ ଓ ୨୮ ନମ୍ବର ଜୋନ୍ର ସାଧାରଣ ସମ୍ପାଦକ ରବୀନ୍ଦ୍ର ପଣ୍ଡାଙ୍କ ସମେତ ବିଭିନ୍ନ ପଞ୍ଚାୟତର ମଣ୍ଡଳ ସଭାପତି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ କୁମାର ସାହୁ, ସୁନୀଲ ବେହୁରିଆ, ପ୍ରଶେଷ ସୁତାର, ଶଶାଙ୍କ ଶେଖର ନାୟକ, ସୁନୀଲ ସାହୁ ଓ ଶୁକଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ କେକ୍ କାଟିବା ସହ ବବିତା ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।ବରିଷ୍ଠ ବିଜେପି ନେତା ନିରଞ୍ଜନ ବେଉରିଆ ତାଙ୍କ ବାର୍ତ୍ତାରେ ବବିତା ମଲ୍ଲିକଙ୍କ ସୁସ୍ଥ ଜୀବନ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତପନ ନନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଉପରେ ଆଶା ପ୍ରକାଶ କରିଥିଲେ। ଏଥିପାଇଁ ବବିତା ମଲ୍ଲିକ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ସ୍ନେହ ଓ ସହଯୋଗ ତାଙ୍କୁ ଜନସେବା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି କହିଥିଲେ।