କିର୍ମିରା ରେ ଦୁର୍ଗାପୂଜା ଓ ମେଲାଣୀ ନେଲେ ଜଗତଜନନୀ ମାଁ ଦୁର୍ଗା
ଲଇକେରା, ୨୩/୧୦ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା କିର୍ମିରା ଅଞ୍ଚଳରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର କିର୍ତ୍ତନ, ଶଙ୍ଖ ଘଣ୍ଟ, ହୁଳହୁଳିର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପୂର୍ବକ ବଡ କଟା ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଖଣ୍ଡାଧୁଆ, କଳଶ ଆଣି ପୂଜା ମଣ୍ଡପରେ ସ୍ଥାପନ କରିବା ସହ ରବିବାର ସପ୍ତମୀ ବିହିତ ପୂଜା, ଚଣ୍ଡୀପାଠ ଓ ରାତ୍ରରେ ଭାଇ ଜିଉନ୍ତିଆ ଓଷା ପାଳନ କରାଯାଇଥିଲା । ନବମୀ, ଦଶମୀ ବିହିତ ପୂଜା ଓ ପୂର୍ଣ୍ଣାହୁତୀ ଆରତି ପୁଷ୍ପାଞ୍ଜଳୀ କରିବା ସହ ଅପରାଜିତା ପୂଜା ହୋଇଥିଲା । ଶକ୍ତି ମହାମାୟୀ ଦୁର୍ଗାଙ୍କ ଧରାବତରଣ ପରୀପ୍ରେକ୍ଷୀରେ କୁଆଁରୀ କନ୍ୟା ପୂଜନ କରାଯାଇଥିଲା । ବ୍ଲକର ବାଗଡିହି, ଭାଲୁପତ୍ରା, ସୁଲାହି, ଭଉଁରା ସହିତ କିର୍ମିରା ଦୁର୍ଗାପୂଜାରେ ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟିକା ଦିପାଳୀ ଦାସ ଦର୍ଶନ କରିଥିଲେ । ସନ୍ଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ କିର୍ତ୍ତନ, ଭଜନ ସନ୍ଧ୍ୟା ଆଦିରେ ଲୋକଙ୍କୁ ବିମୋହିତ କରିଥିଲା । କିର୍ମିରା ଦୁର୍ଗାପୂଜାରେ ଯଜାତି ପଟେଲ ଓ ତାଙ୍କ ସହଧର୍ମିଣୀ ରୋଜି ପଟେଲ କର୍ତ୍ତା କାର୍ଯ୍ଯ ତୁଳାଇଥିବାବେଳେ ପୂଜକ ଅମରଜିତ ଦୁବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ଗୁରୁବାର ଦିନ ମହାଆଡମ୍ୱର ରେ ଦୁଲଦୁଲି ବାଜା, ମେଲୋଡି ନୃତ୍ଯରେ ମାଁ ଙ୍କୁ କିର୍ମିରାର ଧରାପୃଷ୍ଠରୁ ମେଲାଣି ଦିଆଯାଇଥିଲା ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ
Report: Anil Kumar Saraf
Laikera, Jharsuguda