Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ,ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟ ପର୍ଶୁରାମ ନିଆଁଲ ଙ୍କ ଆଜି ୮୫ ବର୍ଷରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ନୂଆପଡ଼ା, ୨୨/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ,ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯାଦବ ସମାଜ ର ବରିଷ୍ଠ ମାର୍ଗଦର୍ଶକ ରୂପେ ନିଜ କାର୍ଯ୍ୟ ପାଇଁ ସମାଜ, ପରିବାର ବର୍ଗ ସହ ଅଞ୍ଚଳ ରେ ବେଶ ପରିଚିତ ବ୍ୟକ୍ତିତ୍ଵ ପର୍ଶୁରାମ ନିଆଁଲ ଙ୍କ ଆଜି ୮୫ ବର୍ଷରେ ମୃତ୍ୟୁ, ହୋଇଯାଇଅଛି। ତାଙ୍କ ରେ ମୃତ୍ୟୁ ସମାଜ ପାଇଁ ଏକ ଆପୂରଣୀ କ୍ଷତି ଅଟେ। ବିଭିନ୍ନ ମହଲ ରୁ ତାଙ୍କ ଦେହାନ୍ତ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଶିକ୍ଷକତା ଜୀବନ ଆରମ୍ଭ କରି ବୋଡ଼େନ ବ୍ଲକ ବିନୋପୁର୍ ଏବଂ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଅନେକ ଉତ୍ତମ ନାଗରିକ ସୃଷ୍ଟି କରିଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ବେଶୀ ଭଲ ପାଇଥିଲେ। ୧୯୯୭ ମସିହାରେ ଶିକ୍ଷକତା ଜୀବନ ରୁ ଅବସର ଗ୍ରହଣ କରି ଭାରତୀୟ ଭାନତା ପାର୍ଟିରେ ଯୋଗ ଦେଇଥିଲେ। ବୋଡେନ ବ୍ଲକ ସଭାପତି ଏବଂ ମଣ୍ଡଳ ସଭାପତି ହାୟିତ୍ଵ ନିର୍ବାହ କରିବା ସହ ୨୦୦୨ ମସିହା ରୁ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଦାୟିତ୍ୱ ନିର୍ବାହ କରି ଅଞ୍ଚଳ ର ସମସ୍ୟା ସୁଧାର ଆଣିବାରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କ ଦେହାନ୍ତ ପରେ ସେଶକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି। ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଁଲ ଦଳୀୟ ପକ୍ଷ ରୁ ଯୋଗ ଦେଇ ସମବେଦନା ଜଣାଇବା ସହ ତାଙ୍କ ଜୀବନର ସ୍ମୃତି ଚା କରିଥିଲେ।