ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ହତ୍ୟା ସନ୍ଦେହ । ସ୍ଥଳରେ ଉତ୍ତେଜନା
ଧର୍ମଗଡ, ୨୨/୧୦ (ଇଶ୍ଵର ଲଦୁଆ) : ପାଞ୍ଚ ଦିନତଳେ ନିଖେଜ ଯୁଗଳଙ୍କ ମୃତ ଦେହ ଆଜି ବେହେରା ସ୍ଥିତ ଭଣ୍ଡାର ଡଙ୍ଗରି ଶୀର୍ଷ ରୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରାଯାଇଛି। ହତ୍ୟାପରେ ଘଟଣା କୁ ଆତ୍ମହତ୍ୟା ରୁପ ଦବାକୁ ପ୍ରେମୀ ଯୁଗଳଙ୍କୁ ଗଛ ଉପରେ ଟଙ୍ଗି ଦିଆଯାଇଥିବା ଜଣାଯାଇଛି । ଦେହ ସିରା ରକ୍ତ ଛିଟା ଥିବା ସହ ଦୁଇ ହାତ ପଛ ପଟେ ବନ୍ଧାଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେତାକୁ ନେଇ ସାଧାରଣରେ ସନ୍ଦେହ ଦେଖା ଦେଇଛି। ଏହି ଏକ ସୁପରି କଳ୍ପିତ ହତ୍ୟା ବୋଲି ଏହାକୁ ନେଇ ସାଧାରଣରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ରୁ ମିଳିଥିବା ସୂଚନା ଅନୁଯାୟୀ କୋକଶରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ପିତା ପ୍ରହ୍ଲାଦ ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡିପଡାର ପ୍ରିୟଦର୍ଶିନୀ ନାଏକଙ୍କ ପ୍ରେମ ସମ୍ପର୍କ ରହିଥିଲା। ଗତ ଦୁର୍ଗାପୂଜା ୧୭ ତାରିଖ ଦିନ ସେମାନେ ରାତିରୁ ନିଖୋଜ ହୋଇ ଯାଇଥିଲେ। ଏନେଇ ଉଭୟ ପକ୍ଷରୁ କୋକସରା ଓ ଧର୍ମଗଡ ଥାନାରେ ନିଖୋଜ ମାମଲା କରାଯାଇଥିବା।ଆଜି ସକାଳେ କିଛି ଲୋକ ଜଙ୍ଗଳ କୁ କାଠ ସଂଗ୍ରହ କରିବାକୁ ଆସି ଝୁଲନ୍ତା ମୃତ ଦେହକୁ ଦେଖିଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିଡ ଜମିଥିଲା। ମୃତଦେହ ଦୁଇଟି ପ୍ରାୟ ପଚି ଯାଇଥିବା ବେଳେ ମୁଣ୍ଡ ବାଳ ତଳେ ଝରିପଡିଛି।ପରେ ଘଟଣା ସମ୍ପର୍କ ରେ ଉଭୟ ଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ। ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ ହୋଇଛି। ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ତେବେ ପୁଅଙ୍କ ପରିବାର ଲୋକେ କହିବା ଅନୁଯାୟୀ ଏହି ଘଟଣାରୈ ଝିଅଙ୍କ ପରିବାର ଲୋକେ ମାରିଥିବା ସନ୍ଦେହ କହିଛନ୍ତି। କାରଣ ଘଟଣା ପରଠାରୁ ଝିଅଙ୍କ ପରିବାର ଲୋକଜ ଆସ ବିଭିନ୍ନ ସମୟରେ ମୃତ ଅଜିତ ର ପରିବାର କୁ ଧମକ ଚମକ ଦେଉଥିଲେ। ଯାହାକୁ ନେଇ ଘଟଣାସ୍ଥଲ ରେ ଉତ୍ତେଜନା ଦେଖାଯାଇଥିଲା ପୋଲିସ ତଦନ୍ତ ଜାରୀ ରଖିଛି।