Hot Posts

6/recent/ticker-posts

କିର୍ମିରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଲଇକେରା, ୧୬/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ କିର୍ମିରା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୂଖ୍ଯ ଅତିଥି ଭାବରେ ଅବସରପ୍ରାପ୍ତ ଏଲଏନ କଲେଜର ଓଡିଆ ଅଧ୍ୟାପକ ରୋହିତ କୁମାର ପଟେଲ, ମୂଖ୍ୟବକ୍ତା ଭାବେ ପ୍ରକାଶ କୁମାର ପଟେଲ, ସମ୍ମାନିତ ଅତିଥି ଭାବରେ ଏବିଇଓ ହିରଣ୍ଯ ରୋହିଦାସ, ପ୍ରଧାନ ଶିକ୍ଷକ ସୈାରୀନାରାୟଣ ସିଂହ, ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ, ସମ୍ପାଦକ ବୈକୁଣ୍ଠ ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ୭ଟି କ୍ଲଷ୍ଟରୁ ସର୍ବମୋଟ ୨୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବକ୍ତୃତା, ତର୍କ, ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧଲିଖନ, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରି ଜିଲ୍ଲାସ୍ତରକୁ ବିବେଚିତ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ପଟେଲ, ବିଇଓ ଜୟନାରାୟଣ ପଣ୍ଡା, ଏବିଇଓ ହିରଣ୍ୟ ରୋହିଦାସ, ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ, ସମ୍ପାଦକ ବୈକୁଣ୍ଠ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ସୁନିଲ କୁମାର ପଟେଲ, ଅଞ୍ଜନ ପାଣ୍ଡେ ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ଦିଲିପ ମେହେର, ଶିକ୍ଷକ ଦିଲିପ କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସିଆରସିସି ସୁଜେଶ ପଟେଲ, ଚୁରାମନ ନାଏକ, ଦୁବରାଜ ଦିହିରିଆ, କୃପାସିନ୍ଧୁ ତନ୍ତୀ, ଟଙ୍କେଶ୍ୱର ଦିହିରିଆ, ସୁରେଶ ସେଠ, ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ, କୈାଶିକ ବେହେରା ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ସିଆରସିସି ଭେଷଜ ଦିହିରିଆ ଧନ୍ୟବାଦ ଅର୍ପଣ କରିଥିଲେ ।