Hot Posts

6/recent/ticker-posts

ସିଆରଆରଆଇରେ ହିନ୍ଦୀ ଚେତନା ମାସର ଉଦ୍‌ଯାପନୀ, ବିଜେତାଙ୍କୁ ପୁରସ୍କାର ପ୍ରଦାନ

କଟକ, ୧୬/୧୦ ( କାହୁଁ ଚରଣ ବାରିକ ) : କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ), କଟକରେ ଅକ୍ଟୋବର ୧୬ ତାରିଖରେ ହିନ୍ଦୀ ଚେତନା ମାସ-୨୦୨୬ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଆୟୋଜିତ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତାର ବିଜେତାଙ୍କୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଜି. ଏ. କେ. କୁମାର ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେ କର୍ମଚାରୀମାନଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି. ଗଣେଶ କୁମାର, ସହକାରୀ ନିର୍ଦ୍ଦେଶକ ଦେବେନ୍ଦ୍ର ସିଂ ଏବଂ ହିନ୍ଦୀ ଅନୁବାଦକ ବିଭୁ କଲ୍ୟାଣ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।