Hot Posts

6/recent/ticker-posts

ବିଜେଡି ପକ୍ଷରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପାଳିତ ହୋଇଯାଇଛି I

କଳାହାଣ୍ଡି, ୧୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀ ଥୁଆମୂଳ ରାମପୁର ବ୍ଲକ ଅଡ୍ରିଠାରେ ଆଜି ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ବିଯୁଜନତାଦଳ ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନତାଙ୍କ ହକ ଓ ଅଧିକାରର ଲଢ଼େଇରେ ଲୋକନାୟକଙ୍କ ନୀତି ଓ ଆଦର୍ଶ ସବୁବେଳେ ପଥପ୍ରଦର୍ଶକ ହୋଇରହିଛି ବୋଲି କହିବା ସହିତ ସାଧାରଣ ଲୋକଙ୍କ ହିତ ସାଧନ ପାଇଁ ଲୋକନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଏହାସହିତ ନବୀନ ବାବୁଙ୍କ ଜନହିତକର ଯୋଜନା ସବୁକୁ ବର୍ତ୍ତମାନର ରାଜ୍ୟ ସରକାର ବନ୍ଦ କରିଦେଇଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଭାରତ କାର୍ଡ ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ମନରେଗା ବଦଳରେ ନୂତନ ଯୋଜନା ଆଣି ଲୋକଙ୍କୁ ୩୦୦ ବଦଳରେ ୧୨୫ ଦିନର କାମ ଯୋଗାଇଦେବାକୁ ନେଇ ଶ୍ରୀ ଦିଶାରୀ ନିନ୍ଦା କରିଥିଲେ । ଏଥିରେ ଜିଲ୍ଲା ବରିଷ୍ଠ ଉପସଭାପତି ଧର୍ମେନ୍ଦ୍ର ନାଏକ, ଜୟପ୍ରକାଶଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ସତୁରୀ ଦଶକରେ ଜୟପ୍ରକାଶଙ୍କ ଆନ୍ଦୋଳନ ଦେଶର ଦିଶା ଓ ଦଶା ପରିବର୍ତ୍ତନରେ ସହାୟକ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ । ଏଥିରେ ବିଜେଡି ଜିଲ୍ଲା ବରିଷ୍ଠ ଉପସଭାପତି ପ୍ରଦୀପ କୁମାର ମୁଣ୍ଡ, ଜିଲ୍ଲା ସାଧାରଣ ସଂପାଦକ ମାଣିକ୍ୟ ଚନ୍ଦ୍ର ନାଏକ, ବରିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ, ରାମ ମାଝୀ, ଚନ୍ଦନ ନାଏକ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଦୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେn। ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅବସରରେ ଆୟୋଜିତ ଏହି ସଭାରେ ଥୁଆମୂଳ ରାମପୁର ବ୍ଲକ ସଭାପତି କପିଳାସ ନାଏକ ସଭାପତିତ୍ୱ କରିବା ସହିତ ସଭା ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟଙ୍କ ସହିତ ବ୍ଲକର ବିଭିନ୍ନ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ସାମିଲ ହୋଇଥିଲେ ।



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ