ସିନାପାଲିରେ ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ଗୁରୁତର, ରାୟପୁରରେ ଚାଲିଛି ଚିକିତ୍ସା
ସିନାପାଲି, ୨୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସି ଗ୍ରାମରେ ଦଶ ଟି ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ କାବ୍ୟଶ କୁମାର ଜଗତ ଗୁରୁତର ଆହତ ହୋଇଛନ୍ତି। ଶିଶୁଟିଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପ୍ରଥମେ ସିନାପାଲି ଓ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁଟିର ପିତା ଲିଙ୍ଗରାଜ ଜଗତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ପୁଅର ଚିକିତ୍ସା ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ତେଣୁ ଶିଶୁଟିର ଚିକିତ୍ସାରେ ସହଯୋଗ କରିବାକୁ ସେ ସରକାର, ପ୍ରଶାସନ ଓ ସମସ୍ତ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି। ଶିଶୁଟିର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ ନିମ୍ନଲିଖୂତ ବ୍ୟାଙ୍କ ଖାତା ବିବରଣୀ ମାଧ୍ୟମରେ ସହଯୋଗ କରିପାରିବେ। ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ବିବରଣୀ ଖାତାଧାରୀଙ୍କ ନାମ: Lingaraj Jagat ବ୍ୟାଙ୍କର ନାମ: State Bank of India (SBI) ଶାଖା: ସିନାପାଲି ଖାତା ନମ୍ବର: 32023689019 IFSC କୋଡ୍: SBIN0005567 ଶିଶୁଟିର ଚିକିତ୍ସାରେ ଆପଣଙ୍କ ଛୋଟ ଛୋଟ ସହଯୋଗ ମଧ୍ୟ ପରିବାର ପାଇଁ ବଡ଼ ସାହାଯ୍ୟ ହୋଇପାରିବ। ତେଣୁ ମାନବିକତା ଦୃଷ୍ଟିରୁ ଆଗେଇ ଆସି ଯଥାସମ୍ଭବ ସହାୟତା କରିବା ସହ ଏହି ସୂଚନାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଯାଉଛି। ସାଗର ଖବର ପକ୍ଷରୁ ଶିଶୁଟିର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି। ଟିପ୍ପଣୀ: ଖବର ପ୍ରକାଶ କରିବା ପୂର୍ବରୁ ବ୍ୟାଙ୍କ ଖାତା ବିବରଣୀ ଓ ଆର୍ଥିକ ସହାୟତାର ଆବଶ୍ୟକତା ସମ୍ପର୍କରେ ପରିବାରଠାରୁ ନିଶ୍ଚିତ କରନ୍ତୁ।