Hot Posts

6/recent/ticker-posts

ଜେକେ କାଗଜକଳର ଦୁର୍ଗାପୂଜା ବିସର୍ଜନ ଉତ୍ସବ ମହାସମାରୋହରେ ସମ୍ପନ୍ନ, ମୁମ୍ବାଇର ବଲ୍ଲଭ ଢୋଲ-ତାସାର ତାଳେ ତାଳେ ଦୁଲୁକିଲା ଜେକେପୁର

ଜେକେପୁର, ୨୬/୧୦ ( ଭି. ଗୌରୀ ଶଙ୍କର ରାଓ ) : ଜେକେ କାଗଜକଳ ପକ୍ଷରୁ ଆୟୋଜିତ ଦୁର୍ଗାପୂଜାର ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗାଙ୍କୁ ଭକ୍ତିପୂତ ବିଦାୟ ଦେବା ପାଇଁ ଆୟୋଜିତ ଏହି ଉତ୍ସବରେ ଜେକେପୁର ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଅଶ୍ରୁଳ ନୟନରେ ଅଞ୍ଚଳ ବାସୀ ମା ଙ୍କୁ ବିଦାୟ ଦେଇଥିଲେ।  ଏହି ଅବସରରେ ଆୟୋଜିତ ବିଶାଳ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ପାଲଟିଥିଲା। ମୁମ୍ବାଇର ପ୍ରସିଦ୍ଧ ବଲ୍ଲଭ ଢୋଲ-ତାସା ଦଳର ଆକର୍ଷଣୀୟ ବାଦ୍ୟ ପରିବେଷଣ ଶୋଭାଯାତ୍ରାକୁ ଅଧିକ ଚିତ୍ତାକର୍ଷକ କରିଥିଲା। ଢୋଲ ଓ ତାସାର ତାଳେ ତାଳେ ଶୋଭାଯାତ୍ରାରେ ସାମିଲ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ବିସର୍ଜନ ଉତ୍ସବରେ ପୂଜା କମିଟିର ଅଧ୍ୟକ୍ଷ ବିନୟ ଦ୍ୱିବେଦୀ, ସମ୍ପାଦକ ବିଶ୍ୱଜିତ ଦ୍ୱିବେଦୀଙ୍କ ସମେତ ଜେକେ କାଗଜକଳର ବରିଷ୍ଠ ଅଧିକାରୀ, ବିଭିନ୍ନ ୟୁନିଅନ୍‌ର କର୍ମକର୍ତ୍ତା ଏବଂ ଜେକେପୁରର ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଓ ଭକ୍ତିଭାବ ମଧ୍ୟରେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବ ଜେକେପୁରର ସାମାଜିକ ଓ ସାଂସ୍କୃତିକ ଏକତାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା।ଦୁର୍ଗା ପୂଜା ସୂଚାରୁ ରୂପେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇ ଥିବାରୁ ଅଧ୍ୟକ୍ଷ ଓ ସମ୍ପାଦକ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।