ସୁନାବେଡ଼ା ମେଗା ଡ୍ରାଇଭ: ଢେକୁନପାନି ଗ୍ରାମରେ ନାଲସା ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର
ନୂଆପଡ଼ା, ୦୫/୧୦ ( ପରମେଶ୍ୱର ମେହେର ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତର ଢେକୁନପାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାଲସା ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ଵର ମାଝୀ ଅନ୍ୟ ଶିକ୍ଷକ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଶିଶୁ ଏବଂ ଶିଶୁମାନଙ୍କର ନିଶୁଳ୍କ ଶିକ୍ଷା ଲାଭ କରିବାର ଆଇନଗତ ଅଧିକାର ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସମ୍ବାଦ ଯୋଜନା, ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ଯୋଜନା ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।