ଗ୍ରାମସଭାରେ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ
କଳାହାଣ୍ଡି, ୦୫/୧୦ ( ଶେଖର ସୁମନ ଦାଶ ) : ଜୁଗସାଇପାଟଣା ଗ୍ରାମ ପଞ୍ଚାୟତ ଓ ପିରାମଲ୍ ଫାଉଣ୍ଡେସନ୍ ମିଳିତ ସହଯୋଗରେ ଗ୍ରାମସଭା ସହିତ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଓ ମ୍ୟାଲେରିଆ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ମ୍ୟାଲେରିଆର ଲକ୍ଷଣ, ପ୍ରତିରୋଧ, ଶୀଘ୍ର ପରୀକ୍ଷା ଓ ସମୟୋଚିତ ଚିକିତ୍ସା ସମ୍ପର୍କରେ ସଚେତନ କରାଯାଇଥିଲା। ଶିବିରରେ ମ୍ୟାଲେରିଆ ପରୀକ୍ଷା କରାଯାଇ ଜଣେ ବ୍ୟକ୍ତିଙ୍କ ଠାରେ ମ୍ୟାଲେରିଆ ସଂକ୍ରମଣ ଚିହ୍ନଟ ହୋଇଥିଲା। ତାଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯିବା ସହ ଚିକିତ୍ସା ସମ୍ପର୍କିତ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଡିଓ ଚନ୍ଦନ କୁମାର ବେହେରା, ଚିକିତ୍ସାଧିକାରୀ ଡା. ସୌରଭ ଦାଶ, ଫାର୍ମାସିଷ୍ଟ ଏନ୍. ରାମରାଓ ଦୋରା, ସରପଞ୍ଚ ଚୁମ୍କି ନାଏକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ନିତିନ ବେହେରା ଏବଂ ପିରାମଲ୍ ଫାଉଣ୍ଡେସନ୍ର ପ୍ରୋଗ୍ରାମ୍ ଲିଡର୍ ପ୍ରାଚୀ ପ୍ରିୟଙ୍କା ଗୌଡ଼ଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଜନପ୍ରତିନିଧି, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।