Hot Posts

6/recent/ticker-posts

ମାଂସଡ଼ାରେ ଓଷ୍ଟାର ଶିକ୍ଷକ ଭବନ ଉଦ୍‌ଘାଟିତ

ବିଂଝାରପୁର, ୨୨/୧୦ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ମାଂସଡ଼ାଠାରେ ଓଡ଼ିଶା ସେକେଣ୍ଡାରି ଟିଚର୍ସ ଆସୋସିଏସନ (ଓଷ୍ଟା)ର ଶିକ୍ଷକ ଭବନ ବୁଧବାର ଉଦ୍‌ଘାଟିତ ହୋଇଛି। ବ୍ଲକ ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ ସମ୍ପାଦକ ନିର୍ମଳ ଜେନା ମୁଖ୍ୟ ଅତିଥି ଏବଂ ଯାଜପୁର ଜିଲ୍ଲା ସମ୍ପାଦକ ପବିତ୍ର କୁମାର ପଣ୍ଡା ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। କାହ୍ନୁଚରଣ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବ୍ଲକ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। ବ୍ଲକ ଉପସଭାପତି ମୀନକେତନ ପୁହାଣ ଓ ଉପଦେଷ୍ଟା ରତିକାନ୍ତ ସାମଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଭା ଶେଷରେ ଜମି ପଞ୍ଜୀକରଣ କରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବ୍ଲକ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା।