ଡ଼ଙ୍ଗା ବୁଡି ଯିବା ଫଳରେ ଚାରି ଜଣ ନିଖୋଜ।
ବରୀ, ୨୨/୧୦ ( ରଂଜିତ ମହାନ୍ତି ) : ଖରସ୍ରୋତା ର ଶାଖା ନଦୀ ତନ୍ତୀ ଘାଇ ନଦୀ ରେ ଅଘଟଣ। ନଦୀ ପାର ହେଉଥିବା ବେଳେ ଡ଼ଙ୍ଗା ବୁଡି ଯିବା ଫଳରେ ଚାରି ଜଣ ନିଖୋଜ। ସୂଚନା ଅନୁଯାଇ ଯାଜପୁର ସଦର ଥାନା ଅନ୍ତର୍ଗତ ଡ଼ଅଁରକୂଳ ଗ୍ରାମର ମଣିଆ ଦଳାଇ ନାମକ ଯୁବକ ଡଙ୍ଗାରେ ଦୁଇ ଜଣ ମହିଳା ଓ ଜଣେ ଶିଶୁ ଙ୍କୁ ନେଇ ନଦୀ ପାର ହେଉଥିବା ବେଳେ ଭାର ସାମ୍ୟ ହରାଇ ଡ଼ଙ୍ଗା ଟି ବୁଡି ଯାଇଥିଲା। ଯାହା ଫଳରେ ଡ଼ଙ୍ଗା ରେ ଥିବା ସମସ୍ତ ଯାତ୍ରୀ ନିଖୋଜ ଅଛନ୍ତି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କାହାରି ପତା ମିଳିନାହିଁ।