କଳାହାଣ୍ଡି, ୦୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାରତୀୟ ଜନତା ପାର୍ଟି କଳାହାଣ୍ଡି, ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସେବା ସଂକଳ୍ପ ଦିବସ ପାଳନ ଅବସରରେ କୋକସରା ସିଏଚସି ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଉଦଘାଟନ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଜରୁରୀକାଳୀନ ସମୟରେ ରୋଗୀସେବା ପାଇଁ ଯୁବଗୋଷ୍ଠୀ ଙ୍କ ସ୍ବେଚ୍ଛାକୃତ ରକ୍ତଦାନ ମହାନ ଦାନ ଓ ଦେଶ ମାତୃକା ପାଇଁ ସମାଜସେବା ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, କୋକସରା ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ୱଦର୍ଶୀ ଦାସ, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ, ମଣ୍ଡଳ ସଭାପତି ବସନ୍ତ ନାଗ, ଧର୍ମବ୍ରତ ପଣ୍ଡା ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ବ୍ଲକ କୃଷକ ମୋର୍ଚ୍ଚା ସଂଯୋଜକ ପ୍ରମୋଦ କୁମାର ପ୍ରଧାନୀ, ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପାଦିକା ହରିପ୍ରିୟା ନାଗ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ। ଏହି ସେବା ଓ ସଂକଳ୍ପ ଶିବିର ରେ ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଆହ୍ୱାନ ରେ ଅନେକ ଯୁବଗୋଷ୍ଠୀ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ଦଳୀୟ କର୍ମକର୍ତ୍ତା ସାମିଲ ହୋଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସେବା ସଂକଳ୍ପ ଅଭିଯାନ ସମାଜ ର ମଙ୍ଗଳ ପାଇଁ ନିଜର ଭାଗିଦାରୀ ଦେଖାଇଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଧର୍ମଗଡ ରକ୍ତ ଭଣ୍ଡାର ର କର୍ମଚାରୀ ରାକେଶ କୁମାର୍ ସିଂ, ନିଗମ ଗୋପାଳ, ଶଶି ବାଗ, ଡମ୍ବରୁ ଧର ମେହେର ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ପରିଶେଷରେ ରକ୍ତଦାନ ଶିବିର ସହ ସଂଯୋଜକ ତ୍ରିଲୋକ୍ୟ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବର ରେ ଲଡୁଗାଁ ମାରବାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ, ଘନଶ୍ୟାମ ନାଏକ, ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୂଝାରି, କମଳ ଲୋଚନ ଦଳପତି, କ୍ଷୀରସିନ୍ଧୁ ନେଗି, ଧବଳେଶ୍ବର ଗୋପାଳ, ଅର୍ଜୁନ ଭାଟି, ଅରୁଣ ଗୋୟଲ, ଜୟ ଭଗବାନ ଅଗ୍ରୱାଲ, ଧର୍ମାନନ୍ଦ ନେଗି, ନବୀନ ଖର୍ସେଲ, ଗଣେଶ ନନ୍ଦ, ସୁଶିଳ ପାଢ଼ୀ, ଗୋପାଳ ଅଗ୍ରୱାଲ, ମୁକୁନ୍ଦ ପଟ୍ଟନାୟକ, ରତନ ମାଝୀ, ନବୀନ ପ୍ରଧାନୀ, ଭାବଗ୍ରାହୀ ପ୍ରଧାନୀ ସମେତ ଦଳୀୟ କର୍ମକର୍ତ୍ତା ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
