Hot Posts

6/recent/ticker-posts

ପେରିୟାର ଓ ଲାଳଇ ସିଂ ଯାଦବଙ୍କ ଯୁଗ୍ମ ଜୟନ୍ତୀ ପାଳିତ ସାମାଜିକ ନ୍ୟାୟ, ସମାନତା ଓ ବୈଜ୍ଞାନିକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ

ନୂଆପଡ଼ା, ୧୮/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ଆତ୍ମ ନିରୀକ୍ଷଣ କେନ୍ଦ୍ର, ଖରିଆର ପକ୍ଷରୁ ମହାନ ସମାଜ ସଂସ୍କାରକ ଇ.ଭି. ପେରିୟାର ରାମସ୍ୱାମୀ ଓ ବିପ୍ଳବୀ ଲାଳଇ ସିଂ ଯାଦବଙ୍କ ଯୁଗ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଲ ସାମାଜିକ ନ୍ୟାୟ, ସମାନତା ଅଧିକାର ସାଙ୍ଗକୁ ଶିକ୍ଷାର ପ୍ରସାର, ମହିଳା ସଶକ୍ତୀକରଣ ନେଇ ଆଲୋଚନା ହୋଇଥିଲା। ପୂର୍ବତନ ଆୟକର କମିଶନର ଶ୍ରୀ ଶ୍ରୀକାନ୍ତ ଚାଟାର୍ଜୀ ମୁଖ୍ୟ ଅତିଥି ଏବଂ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର ସୁନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ବୋଡ଼େନ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ, ଶିକ୍ଷକ ନୀଳାଞ୍ଚଳ ପୋଡ଼, ଗଡ଼ରାମୁଣ୍ଡାର ସରପଞ୍ଚ ବୃନ୍ଦାବନ, ଜମ୍ପେଶ୍ୱର ସେଲମା ଏବଂ ମିରର ସଂଗଠନର ସଂସ୍ଥାପକ କାର୍ତ୍ତିକ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମହେନ୍ଦ୍ର ଜଗତ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ଶିକ୍ଷା ଓ ସଚେତନତା ମାଧ୍ୟମରେ ସମାନତା ସମାଜ ଗଠନ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଜିତେନ୍ଦ୍ର ସୁନା ପେରିୟାରଙ୍କ ଆତ୍ମସମ୍ମାନ ଆନ୍ଦୋଳନ, ଜାତିପ୍ରଥା ବିରୋଧୀ ଚିନ୍ତାଧାରା, ଯୁକ୍ତିବାଦ ଓ ମହିଳା ସମାନତା ପ୍ରତିଷ୍ଠା ପାଇଁ ତାଙ୍କର ସଂଘର୍ଷ ବିଷୟରେ ବ୍ୟାଖ୍ୟା କରିଥିଲେ। ଏଥିସହ ଲାଳଇ ସିଂ ଯାଦବଙ୍କ ଶୋଷିତ, ଅବହେଳିତ ଓ ବଞ୍ଚିତ ବର୍ଗଙ୍କ ଅଧିକାର ପାଇଁ ସଂଘର୍ଷ, ସମ୍ବିଧାନ ସମ୍ବନ୍ଧୀୟ ସଚେତନତା ଏବଂ ସାମାଜିକ ପରିବର୍ତ୍ତନରେ ତାଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ପ୍ରାଧ୍ୟାପକ ସାମୁଏଲ ଦାନୀ, ଶିକ୍ଷକ ନୀଳାଞ୍ଚଳ ପୋଡ, କ୍ଷୀରସିନ୍ଧୁ ଶଗରିଆ, ଦୁଷ୍ମନ୍ତ ପୋଡ, ଲକ୍ଷ୍ମୀକାନ୍ତ ପୋଡ, ଶ୍ରାବଣ ନିଆଳ, ଛବି ସାଗର ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ଏହି ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନେତାମଙ୍କୁ ସମାଜ ପ୍ରତି ତାଙ୍କର ସେବା ଓ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଖରିଆରର ବରିଷ୍ଠ ଓକିଲ କିଶୋର ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମାଜସେବୀ ଦିଲୀପ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।