ଖଡ଼ିଆଳ ଏନ୍ଏସିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ସମ୍ବର୍ଦ୍ଧିତ ହେଲେ ସ୍ୱଚ୍ଛ ସାଥୀ ଓ ସଫେଇ କର୍ମଚାରୀ
ନୂଆପଡ଼ା, ୦୨/୧୦ ( ପରମେଶ୍ୱର ମେହେର ) : ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସେବା ସଂକଳ୍ପ ଅଭିଯାନ ଏକ ମାସ କାର୍ଯ୍ୟକ୍ରମରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ଖଡ଼ିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସେବା ସଂକଳ୍ପ ଅଭିଯାନ ଏକ ମାସ କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା କର୍ମଚାରୀ, ସଫେଇ କର୍ମଚାରୀଙ୍କ ସମାଜ ପ୍ରତି। ତାଙ୍କ ଅବଦାନ ଅତୁଳନୀୟ ଅଟେ । ସମ୍ବର୍ଦ୍ଧନା ରେ ଯଥେଷ୍ଟ ନୁହେଁ ତାଙ୍କ କାର୍ଯ୍ୟ ନିଶ୍ଚିତ ରୂପେ ଏକ ସୁସ୍ଥ ସମାଜ ଗଠନ ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ଆଜି ଅନୁଷ୍ଠିତ ସଭାରେ ୱାର୍ଡ ସଭ୍ୟ ସଭ୍ୟା ରାଜାରାଣୀ ପଟ୍ଟନାୟକ, ଲକ୍ଷଣ ଦୁରିଆ, ଚନ୍ଦନ ସାହୁ, ସୁନୀଲ କୁମାର ସାହୁ, କିରନ ଏବଂ ବନିତା ଶବର ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ସମସ୍ତ ସ୍ୱଚ୍ଛ ସାଥୀ, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।