Hot Posts

6/recent/ticker-posts

ବେଲାମାଲ ଶନିଶ୍ଚର ମନ୍ଦିରରେ ଚୋରି, ୬ଟି ମୂର୍ତ୍ତି ଭାଙ୍ଗିବା ସହ ବିଭିନ୍ନ ପୂଜା ସାମଗ୍ରୀ ଚୋରି ଅଭିଯୋଗ

କେସିଙ୍ଗା, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପାସ୍ଟିକୁଡ଼ି ଗ୍ରାମ ପଞ୍ଚାୟତ ଅଧୀନ ବେଲାମାଲ ଗ୍ରାମରେ ଥ‌ିବା ଶନିଶ୍ଚର ଦେବଙ୍କ ମନ୍ଦିରରେ ଚୋରି ଓ ଭଙ୍ଗାରୁଜା ହୋଇଥୁବା ନେଇ ଅଭିଯୋଗ ହୋଇଛି। ମନ୍ଦିର କମିଟି ପକ୍ଷରୁ ଦିଆଯାଇଥ‌ିବା ଅଭିଯୋଗ ଅନୁସାରେ, ରାତି ସମୟରେ କେତେକ ଦୁର୍ବୃତ୍ତ ମନ୍ଦିର ପରିସରରେ ପ୍ରବେଶ କରି ବିଭିନ୍ନ ପୂଜା ସାମଗ୍ରୀ ଚୋରି କରିନେବା ସହ ମନ୍ଦିରରେ ଥ‌ିବା ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଇଛନ୍ତି।ସୂଚନା ଅନୁସାରେ, ଘଟଣାଟି ରାତି ସମୟରେ ଘଟିଥ‌ିବା ଅଭିଯୋଗ ରହିଛି। ସକାଳୁ ମନ୍ଦିର ପରିସରରେ ଭଙ୍ଗାରୁଜା ଓ ସାମଗ୍ରୀ ନଥ‌ିବା ଦେଖ‌ିବା ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥବା କୁହାଯାଇଛି। ଏହାପରେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ଦିର କମିଟିର ଅଭିଯୋଗ ଅନୁସାରେ, ମନ୍ଦିରରେ ଥ‌ିବା ପ୍ରାୟ ୬ଟି ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ମୂର୍ତ୍ତିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥ‌ିବାରୁ ଧାର୍ମିକ ଭାବନା ସହ ଜଡ଼ିତ ଏହି ଘଟଣାକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି।ଏଥୁସହ ମନ୍ଦିରରୁ ୫ଟି ଘଣ୍ଟି, ଯୋଗଖୁଣ୍ଟ, ତ୍ରିଶୂଳ, କୁମ୍ଭ, ଚାଉଳ, ବିଭିନ୍ନ ପୂଜା ବାସନକୁସନ, ଆଳତି ସାମଗ୍ରୀ ଓ ବିଦ୍ୟୁତ୍ ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ କେତେ, ତାହା ଏପର୍ଯ୍ୟନ୍ତ ସୃଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ପରେ ଏହାର ପ୍ରକୃତ ଆକଳନ ହୋଇପାରିବ ବୋଲି କୁହାଯାଉଛି।ଘଟଣା ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ ସଦର ଥାନା ପୁଲିସକୁ ଲିଖୂତ ଭାବେ ଅଭିଯୋଗ ଦିଆଯାଇଥ‌ିବା ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରୁ କୌଣସି ପ୍ରମାଣ କିମ୍ବା ସୁରାକ୍ ମିଳୁଛି କି ନାହିଁ, ସେନେଇ ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ମନ୍ଦିର ପରିସରରେ ଏପରି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଗ୍ରାମାଞ୍ଚଳର ମନ୍ଦିରଗୁଡ଼ିକରେ ରାତ୍ରି ସମୟରେ ସୁରକ୍ଷା ବ୍ୟବସ୍ଥା ନଥ‌ିବାରୁ ଏପରି ଘଟଣାର ଆଶଙ୍କା ରହୁଥ‌ିବା ଅଞ୍ଚଳବାସୀ କହିଛନ୍ତି। ଏହି ଘଟଣାରେ ଚୋରି ହୋଇଥ‌ିବା ସାମଗ୍ରୀ ଉଦ୍ଧାର କରିବା ସହ ଘଟଣାର ପ୍ରକୃତ ତଦନ୍ତ କରି ଦୋଷୀ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଚିହ୍ନଟ କରାଯାଉ ବୋଲି ଦାବି ହୋଇଛି।ତେବେ ଏହି ଚୋରି ଓ ଭଙ୍ଗାରୁଜା ଘଟଣା ପଛରେ କିଏ କିମ୍ବା କେତେଜଣ ସମ୍ପୃକ୍ତ, ଚୋରି ହୋଇପୂବା ସାମଗ୍ରୀ କେଉଁଠାକୁ ନିଆଯାଇଛି ଏବଂ ମନ୍ଦିରରେ କେଉଁ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ପୁଲିସ ତଦନ୍ତ ପରେ ହିଁ ସୃଷ୍ଠ ହେବା ଅଭିଯୋଗର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ପ୍ରକାଶ ପାଇବାକୁ ଥିବା ବେଳେ ଶୀଘ୍ର ତଦନ୍ତ କରି ଘଟଣାର ସମାଧାନ କରାଯାଉ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।