Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଅନ୍ୟା ଦାସ ତାଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦାନ,

ନୂଆପଡ଼ା, ୨୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ଜିଲ୍ଲାପାଳ ଭାବରେ ଯୋଗଦାନ ପରେ ତାଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦାନ କରିଥିଲେ। ଆସିଥିବା ସମସ୍ତ ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଦୁର୍ନୀତି ନିବାରଣ ଶପଥପାଠ କରିଥିଲେ। ଏହି ଶିବିରରେ ମୋଟ ୪୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୯ଟି ବ୍ୟକ୍ତିଗତ ଓ ୧୧ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ଜନସାଧାରଣଙ୍କ ଠାରୁ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତ୍ୱରିତ ଓ ଉପଯୁକ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମର ଯଦୁମଣି ରାଉତଙ୍କ ପୁଅଙ୍କ ଚିକିତ୍ସା ନିମନ୍ତେ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପେଣ୍ଡରାବନ ଓ କୋନାବିରା ଗ୍ରାମ ପଞ୍ଚାୟତରେ ପରିବର୍ଦ୍ଧିତ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅନ୍ୟା ଦାସ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।