ତେରେସିଂହାରେ ମା' ଗଜଲକ୍ଷ୍ମୀ ପୂଜା: ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୨୬/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ହେଉଥିବା ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ତେରେସିଂହା। ମା' ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ରାତ୍ରିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଛି। ପୂଜାରେ ଯଜ୍ଞକର୍ତ୍ତା ଭାବେ ଜଗଦୀଶ ରଣା ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି। ମାଁ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କପିନ୍ଦ୍ର ରଣା, ଉପ-ସଭାପତି ତପନ ମାଝୀ, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା (ଠାକୁର)ଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।