Hot Posts

6/recent/ticker-posts

ଦେଶ ପାଇଁ ପ୍ରାଣବଳି ଦେଲେ ଆଉ ଜଣେ ଓଡ଼ିଆ ବୀର ଯବାନ! ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି ରାୟଗଡ଼ାର ପୁଅ ଭି. ତେଜା।

ରାୟଗଡ଼ା, ୦୬/୧୦ ( ଭି. ଗୌରି ଶଙ୍କର ରାଓ ) : ଆସାମ ରାଇଫଲ୍ସରେ କାର୍ଯ୍ୟରତ ଯବାନ ଭି. ତେଜା ନାଗାଲାଣ୍ଡରେ ଗୁଳି ବାଜି ଶହୀଦ ହୋଇଛନ୍ତି। ଆସନ୍ତାକାଲି ତାଙ୍କର ୩୧ତମ ଜନ୍ମଦିନ ଥିଲା ଏବଂ ଆସନ୍ତା ଡିସେମ୍ବର ୧୦ ତାରିଖରେ ତାଙ୍କର ବିବାହ ହେବାର ଥିଲା। ବିବାହ ପାଇଁ ତାଙ୍କୁ ୪୦ ଦିନ ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା, କିନ୍ତୁ ଖୁସି ଆସିବା ପୂର୍ବରୁ ଘଟିଗଲା ଏହି ବଡ଼ ଅଘଟଣ। ରାୟଗଡା ସହରର ଓଏମପି ନିକଟରେ ରହୁଥିବା ଯବାନ ତେଜା ​2022 ମସିହା ରେ ସେନାରେ ଯୋଗ ଦେଇଥିଲେ। ତେଜା ପୂର୍ବରୁ ଅଙ୍ଗଦାନ ପାଇଁ ଘୋଷଣା କରିଥିବାରୁ, ମୃତ୍ୟୁ ପରେ ମଧ୍ୟ ସେ ଅନ୍ୟଙ୍କ ଜୀବନ ବଞ୍ଚାଇ ଅମର ହୋଇଯାଇଛନ୍ତି। ​ଆଜି ସ୍ୱତନ୍ତ୍ର ହେଲିକପ୍ଟର ଓ ଆମ୍ବୁଲାନ୍ସ ଯୋଗେ ତାଙ୍କର ପାର୍ଥିବ ଶରୀର ରାୟଗଡ଼ାରେ ପହଞ୍ଚିବ। ଏହି ଖବର ପରେ ସମଗ୍ର ରାୟଗଡ଼ା ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।..