Hot Posts

6/recent/ticker-posts

ବନ୍ୟଜନ୍ତୁ ଅବଶେଷ ବେଆଇନ କାରବାର ଉପରେ ଚଢ଼ାଉ, ୪ କିଲୋରୁ ଊର୍ଦ୍ଧ୍ୱ ବଜ୍ରକାପ୍ତା ଖପୁରୀ ଜବତ

ରାୟଗଡ଼ା, ୧୧/୧୦ ( ଭି. ଗୌରୀ ଶଙ୍କର ରାଓ ) : ଗତକାଲି ତା ୧୦. ୧୦. ୨୦୨୬ ରିଖ ଶନିବାର ଦିନ ପ୍ରାୟ ୧୧. ୩୦ ଘଣ୍ଟିକା ସମୟରେ ବନଖଣ୍ଡ ଅଧିକାରୀ ରାୟଗଡ଼ଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀଙ୍କ ତତ୍ୱାବଧାନରେ ରାୟଗଡା ସହର ସ୍ଥିତ ଓରମାସ ଅଫିସ ପଛ ପଟ ପଡ଼ିଆଠାରେ  ପାଖା ପାଖି ଚାରି (୪ )କିଲୋଗ୍ରାମ ରୁ ଉର୍ଦ୍ଧ୍ୱ ଓଜନର ବଜ୍ରକାପ୍ତା ଖପୁରୀ ବିକ୍ରି କାରବାର କରୁଥିବା ବେଳେ ତିନି ଜଣ ଆସାମୀଙ୍କୁ ମାଡ଼ିବସିଲା ରାୟଗଡା ବନବିଭାଗ। ଆସାମୀ ତିନି ଜଣ ହେଲେ (୧) ଜଗନ ହିମିରିକା, ପିତା :-ନିମାଇ ହିମିରିକା, ବୟସ ୩୮ ବର୍ଷ ଗ୍ରାମ :- ପଣସପୁଟ, ଥାନା :-ରାୟଗଡା, ଜିଲ୍ଲା :-ରାୟଗଡା (୨) ନୀଳାମ୍ବର ଖୋସଲା, ପିତା :-ଛେଣ୍ଡିଆ ଖୋସଲା,ବୟସ ୬୭ ବର୍ଷ ଗ୍ରାମ :-କୁମ୍ଭୀକଟା, ଥାନା :-ରାୟଗଡା, ଜିଲ୍ଲା :-ରାୟଗଡା (୩) ପୁରୁଷୋତ୍ତମ ଖୋସଲା, ପିତା :-ଛେଣ୍ଡିଆ ଖୋସଲା, ବୟସ :-୪୮ ବର୍ଷ, ଗ୍ରାମ :-କୁମ୍ଭୀକଟା, ଥାନା :- ରାୟଗଡା, ଜିଲ୍ଲା :- ରାୟଗଡା  ବୋଲି ତଦନ୍ତରୁ ଜଣା ପଡିଛି। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ACF ଶ୍ରୀ ସତୀଶ କୁମାର ଧାରୁଆ ତଦନ୍ତ ଚଲାଇଥିଲେ । ତଦନ୍ତ ପରେ ଆସାମୀ ମାନଙ୍କୁ ଡାକ୍ତରୀ ପରୀକ୍ଷା କରି ସେମାନଙ୍କୁ କୋର୍ଟ ଚାଲାଣ କରାଗଲା ବୋଲି ACF ଶ୍ରୀ ସତୀଶ କୁମାର ଧାରୁଆ କହିଛନ୍ତି ।