Hot Posts

6/recent/ticker-posts

ଭବାନୀପାଟଣାରେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ କାର୍ଯ୍ୟକ୍ରମ

ଭବାନୀପାଟଣା, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ଭାବେ ଗାନ୍ଧୀ ଜୟନ୍ତୀ ଅବସରରେ ଭବାନୀପାଟଣା ଠାରେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ, କର୍ତ୍ତଵ୍ୟ ଓ ସହଯୋଗୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଆଶା, ମର୍ସି ଫାଉଣ୍ଡେସନ ଓ ସଂକଳ୍ପ ଅନୁଷ୍ଠାନ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀବିବେକାନନ୍ଦ ମହାନନ୍ଦ, ଶ୍ରୀଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରବନ୍ଧକ ରିଲାଏନ୍ସ ଫାଉଣ୍ଡେସନ, ଶ୍ରୀ ଅଶୋକ ପଟ୍ଟନାୟକ ମୁଖ୍ୟ ନିର୍ବାହୀ କର୍ତ୍ତବ୍ୟ, ଶ୍ରୀ ଅକ୍ଷୟ ଦାସ ମୁଖ୍ୟ ନିର୍ବାହୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଶୁଶାନ୍ତ ସିଂ ଶୁଭମ୍ ଅନୁଷ୍ଠାନ ଓ ଆଲୋକ ରଞ୍ଜନ ମୁଣ୍ଡ ୟୁଚଏମ୍ ପ୍ରମୁଖ ଉପସ୍ଥିତ ଥିଲେ।ସ୍ୱଚ୍ଛତା ପ୍ରତି ଜନସଚେତନତା ସୃଷ୍ଟି କରିବା ସହ ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପରୋକ୍ତ ଅନୁଷ୍ଠାନ ସ୍ଵେଚ୍ଛାସେବୀ,ସଚେତନ ନାଗରିକ,ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ସ୍ୱଚ୍ଛତା ଅଭିଯାନରେ ୨୮୬ ଜଣ ସ୍ଵେଚ୍ଛାକୃତ ଭାବରେ ଯୋଗଦାନ କରି ୬୫୯ କିଲୋଗ୍ରାମ ଅଳିଆ ସଂଗ୍ରହ କରି ଥିଲେ । ଭବାନୀ ପାଟଣା ସହରସ୍ଥିତ ସହର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କାର୍ଯ୍ୟକ୍ରମ, ଦେଦର ଗ୍ରାମ ସଫେଇ ଗୋଲାମୁଣ୍ଡା ପଞ୍ଚାୟତ ପରିସର ଓ ମାଁ ମଙ୍ଗଳା ମନ୍ଦିର ପରିସର, ଧାମନ ପୁର ବଜାର ପରିସର ଓ ବେହେରାଗୁଡ଼ା ଗ୍ରାମ ସାର୍ବଜନୀନ ସ୍ଥାନ ଓ ଆଖପାଖ ଅଞ୍ଚଳରେ ସଫେଇ କରାଯିବା ସହ ଲୋକଙ୍କୁ ସ୍ୱଚ୍ଛତା ରକ୍ଷା ନେଇ ସଚେତନ କରାଯାଇଥିଲା। ଏହି ଅବସରରେ ପରିବେଶ ପରିଷ୍କାର ରଖିବା, ଅଳିଆ ଆବର୍ଜନା ଏଣେତେଣେ ନ ପକାଇବା, ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ୍‌ ଭାବେ ସଂଗ୍ରହ କରିବା ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ସ୍ୱଚ୍ଛ ସହର ଓ ସୁସ୍ଥ ପରିବେଶ ଗଠନରେ ପ୍ରଶାସନ ସହ ସାଧାରଣ ଲୋକଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।









କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ