Hot Posts

6/recent/ticker-posts

ଗୋରୁଗାଡ଼ି ସମେତ ୪ ଗୋ ମାଫିଆ କୁ ଉଠାଇ ନେଲା ପୋଲିସ.

କଟକ, ୧୩/୧୦ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ବାଙ୍କୀ ଅଞ୍ଚଳ ରେ ସକାଳୁ ସକାଳୁ ମୁଣ୍ଡଳୀ ସେତୁ ନିକଟରେ ଗୋରୁ ଚାଲାଣ କୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ୪ଜଣ ମାଫିଆ ସ୍ଥାନୀୟ ଲୋକଙ୍କ ଦ୍ଵାରା ଅଟକ। ସୂଚନା ଅନୁଯାୟୀ କଟକ ଜିଲ୍ଲାର ମଣ୍ଡଳା ବ୍ରିଜ୍ ନିକଟ ଆଠଗଡ ପଣେଣୀ ଗାଁ ହନୁମାନ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଗୋରୁ ଚାଲାଣ କରୁଥିବା ଏକ ଗାଡ଼ିକୁ ଦେଖି ସ୍ଥାନୀୟ ଲୋକେ ଅଟକାଇବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। କଟକରୁ ଆଠଗଡ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକେ ଦେଖି ସନ୍ଦେହରେ ଅଟକାଇଥିଲେ। ଅଭିଯୋଗ ଅନୁସାରେ ଗୋରୁ ଗାଡ଼ିକୁ ସୁରକ୍ଷା ଦେଇ ବୋଲର, ବାଇକ୍ ରେ ଯାଉଥିବା ମାଫିଆ ଗାଡ଼ିରୁ ଓହ୍ଲାଇ ଧାରୁଆ ଅସ୍ତ୍ର ଧରି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଅଧିକ ଲୋକ ଏକାଠି ହେବାରୁ ସେମାନେ ଆକ୍ରମଣ କରିପାରି ନଥିବା କୁହାଯାଇଛି। ପରେ ସ୍ଥାନୀୟ ଲୋକେ ୪ ଜଣଙ୍କୁ କାବୁ କରିଥିଲେ। ଏହି ସମୟରେ ସେମାନଙ୍କୁ ମାଡ ମରାଯାଇଥିବା ମଧ୍ୟ ସୂଚନା ମିଳିଛି। ଘଟଣା ସମ୍ପର୍କରେ ତୁରନ୍ତ ଆଠଗଡ ପୁଲିସକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୪ ଜଣ ଗୋ ମାଫିଆକୁ ଅଟକ ରଖୁଛି। ଗୋରୁ ଚାଲାଣ ଓ ଆକ୍ରମଣ ଅଭିଯୋଗ ସମ୍ପର୍କରେ ପୁଲିସର ତଦନ୍ତ କରୁଛି। ଆଧିକାରିକ ବିବୃତି ମିଳିବା ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।