ଗଜବାହାଲରେ ଭାଜପାର ବୈଠକ
କର୍ଲାମୁଣ୍ଡା, ୧୮/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଶକ୍ତି କେନ୍ଦ୍ର ଠାରେ ଭାଜପାର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗଜବାହାଲ ଶକ୍ତି କେନ୍ଦ୍ର ପ୍ରଭାରୀ ସୂର୍ଯ୍ୟମଣି ଘିଭେଲାଙ୍କ ସଭାପତିତ୍ୱ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଶକ୍ତି କେନ୍ଦ୍ର ର ବରିଷ୍ଠ ସଂଗଠକ ବାହାନ ସାହୁ, ସାଧାରଣ ସମ୍ପାଦକ ଗୁଣନିଧି ସାହୁ, ସୁଶୀଲ ସାହୁ, ବାବା ଭଗବାନ ସାହୁ, କାଲିଆ ସାହୁ, କୁମରସିଂ ଭୋଇ, କାର୍ତ୍ତିକ ମାଝୀ, ମୁଛ ମାଝୀ, ସୁନ୍ଦର ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।