Hot Posts

6/recent/ticker-posts

ଅଷ୍ଟମୀ ପୂଜା ଅବସରରେ ଲଇକେରା ମାଁ ସମଲେଶ୍ୱରୀ ମନ୍ଦିର ଓ ଦୁର୍ଗା ମଣ୍ଡପ ଉତ୍ସବ ମୁଖର

ଲଇକେରା, ୧୮/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ମାଁ ସମଲେଶ୍ୱରୀ ମନ୍ଦିର ଓ ଦୁର୍ଗା ମଣ୍ଡପ ଚଳ ଚଞ୍ଚଳ ହୋଇ ଉତ୍ସବ ମୁଖରୃ ହୋଇଉଠିଛି । ଶାରଦୀୟ ଦୁର୍ଗା ପୂଜାର ନାନାପ୍ରକାର ବିଧି ଉପଚାର ବିଧି ବିଧାନ ଭିତରେ ଅଷ୍ଟମୀ ପୂଜାର ବିଶେଷ ତାତ୍ପର୍ଯ୍ଯ ରହିଛି ।ଅଷ୍ଟମୀ ତିଥିରେ ଭଉଣୀମାନେ ୧୦୮ ଦୁବ ଓ ଚାଉଳ ଦେଇ ମାଁଙ୍କ ପାଖରେ ଉପବାସ ରହି ପୂଜାର୍ଚ୍ଚନା କରି ଭାଇମାନଙ୍କ ଶୁଭ ମଙ୍ଗଳ ମନାସିଥାନ୍ତି । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଓ ମଣ୍ଡପରେ ଉପାସାରୀଙ୍କ ସହିତ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ମାଁ ସମଲେଶ୍ୱରୀ ମନ୍ଦିରରେ ପ୍ରତାପ ରାୟ ମୂଖ୍ୟ ପୂଜକ ଭାବେ ଅଷ୍ଟମୀ ପୂଜା ତୁଳାଇଥିବା ବେଳେ ବିଜୟ ମିଶ୍ର ମାଁ ଦୁର୍ଗା ଦେବୀଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଆଦର୍ଶ ମିଶ୍ର ସହକାରୀ ପୂଜକ ଭାବେ କାର୍ଯ୍ୟ ତୁଳାଉଛନ୍ତି । ଆସନ୍ତା ୨୦ ତାରିଖ ରେ ମୂଖ୍ୟ ଯାତ୍ରା ହେବାକୁ ଥିବାବେଳେ ଲଇକେରା ବଜାର ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି । ଯାତ୍ରା କମିଟି, ଗ୍ରାମବାସୀ ଓ ଲଇକେରା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।


ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ