କଳାହାଣ୍ଡି, ୦୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୁର୍ଗାପୂଜା ପୂର୍ବରୁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାଶୀବାହାଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। “ବୃକ୍ଷ ହିଁ ଜୀବନ” ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମରେ ଡ଼ା. ମନୋରଞ୍ଜନ ଦାସ, ଏକ୍ସ-ଆର୍ମି, କଣ୍ଟ୍ରାକ୍ଟର ହେମରାଜ ପାତ୍ର ଓ ସୁପରଭାଇଜର ପ୍ରଦୀପ ନାଏକଙ୍କ ସମେତ ବିରଚି, କେଦାର ଓ ଜାଲ ଗ୍ରାମର ଗ୍ରାମବାସୀ ସାମିଲ ହୋଇଥିଲେ। ସମସ୍ତେ ମିଳି ବିଭିନ୍ନ ପ୍ରକାରର ଚାରା ରୋପଣ କରିବା ସହ ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ। ପରିବେଶର ସନ୍ତୁଳନ ରକ୍ଷା ସହ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୃକ୍ଷ ହିଁ ଜୀବନ, ବୃକ୍ଷର ସୁରକ୍ଷା ହିଁ ଆମର ଦାୟିତ୍ୱ — ଏହି ବାର୍ତ୍ତା ଦେଇ ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ଆହ୍ୱାନ କରିଥିଲେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
