Hot Posts

6/recent/ticker-posts

ଆଉ ଜଳୁନାହିଁ ସାଂସଦ ପାଣ୍ଠିରୁ ଲାଗିଥିବା ଲାଇଟ, ଛକ ଅନ୍ଧାର

ବରୀ, ୦୩/୧୦ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଛକରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସାଂସଦ ପାଣ୍ଠିରୁ ଲାଗିଥିବା ଲାଇଟ ଆଜକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ଜଳୁନାହିଁ । ଫଳରେ ଏହି ଛକ ସନ୍ଧ୍ୟା ହେଲେ ଅନ୍ଧାର ହୋଇ ଯାଉଛି । ଚାରୋଟି ଲାଇଟ ଥିବା ଏହି ଷ୍ଟାଣ୍ଡର କୌଣସି ଲାଇଟ ଜଳୁନାହିଁ । ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଲାଇଟ ଷ୍ଟାଣ୍ଡକୁ ମରାମତି କରିବାକୁ ତନ୍ମୟ କୁମାର ବେଉରିଆ, ପଦ୍ମଲୋଚନ ଜେନା ପ୍ରମୁଖ ଦାବି କରିଛନ୍ତି