ରାୟଗଡ଼ାରେ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ୨୮ ବର୍ଷୀୟ ଯୁବକ ମୃତp
ରାୟଗଡ଼ା, ୧୪/୦୯ ( ଭି. ଗୌରି ଶଙ୍କର ରାଓ ) : ଚାନ୍ଦିଲି ଥାନା ଅନ୍ତର୍ଗତ ମନରଞ୍ଜନ କେନ୍ଦ୍ର ପୂଜା ମଣ୍ଡପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂଜା ମଣ୍ଡପରେ ବିଦ୍ୟୁତ ୱାୟରିଂ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଆଲୁ ସୀତାରାମ ରାଜୁ (୨୮)। ସେ ମଣ୍ଡପରେ କାମ କରୁଥିବା ବେଳେ ହଠାତ୍ ଅସାବଧାନତାବଶତଃ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତବରଙ୍ଗରେ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଚାନ୍ଦିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂଜା ଖୁସି ପରିବର୍ତ୍ତେ ଏଭଳି ଏକ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି