Hot Posts

6/recent/ticker-posts

ଜାତୀୟ ରାଜପଥ-୨୬ରେ ମର୍ମନ୍ତୁଦ ଦୁର୍ଘଟଣା

କୋକସରା, ୧୪/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ଡ଼ଙ୍ଗରୀଗୁଡ଼ା ନିକଟରେ ଜାତୀୟ ରାଜପଥ-୨୬ ଉପରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଧକ୍କା ଦେଇଥିବା ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଜାତୀୟ ରାଜପଥ-୨୬ ଦେଇ ଯାଉଥିବା ସମୟରେ ଡ଼ଙ୍ଗରୀଗୁଡ଼ା ନିକଟରେ ଏକ ଅଜଣା ଯାନ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଗୁରୁତର ଥିଲା ଯେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଦ୍ରୁତଗତିରେ ଚାଲିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କୋକସରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ମୃତକଙ୍କ ପରିଚୟ ଚିହ୍ନଟ ସହ ଦୁର୍ଘଟଣା ଘଟାଇଥିବା ଅଜଣା ଯାନକୁ ଠାବ କରିବା ପାଇଁ କୋକସରା ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।