ବିଶ୍ୱ ଫିଜିଓଥେରାପୀଉଟିକ ଦିବସ ପାଳିତ l
ବାଲେଶ୍ଵର , ୦୯/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମାଥାନୀ ପଞ୍ଚାୟତ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଆଶା"ରେ ବିଶ୍ୱ ଫିଜିଓ ଥେରାପୀଉଟିକ ଦିବସ ପାଳିତ ହୋଇଯାଇଛି।ଏଥିରେ ଆଶାର ସମ୍ପାଦକ ଯୁବ ସମାଜସେବୀ ଡକ୍ଟର ଅମର କୁମାର ପାଳ ପୌର ହିତ୍ୟ କରିବା ସହିତ କହିଥିଲେ ଯେ ଶରୀରର ଗତିଶୀଳତା ହିଁ ଜୀବନ। ଏହା ଫିଜିଓଥେରାପି ବିନା ସମ୍ଭବ ନୁହେଁ ।ଆଶା ଫିଜିଓ ଥେରାପୀଉଟିକ କେନ୍ଦ୍ରର ଡକ୍ଟର ପ୍ରଦ୍ୟୁମ୍ନ କୁମାର ଗିରି ଭୌତିକ ବିଜ୍ଞାନର ଉପକାରିତା ସମ୍ପର୍କରେ ବିଶଦ୍ ବିବରଣୀ ପ୍ରଦାନ କରିବା ସହିତ ବିନା ଅପରେଶନ ଓ ଔଷଧରେ ଶରୀରରେ ବିଭିନ୍ନ ଥେରାପୀ ମାଧ୍ୟମରେ ଆରୋଗ୍ୟ ଲାଭ କରିହୁଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସ୍ମିତାରାଣୀ ମହାପାତ୍ର କହିଥିଲେ ଯେ ଫିଜିଓଥେରାପି ଆପଣାନ୍ତୁ ଯନ୍ତ୍ରଣା ମୁକ୍ତ ଜୀବନ ଜିଅନ୍ତୁ। ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିବା ସହିତ ଲକ୍ଷ୍ମୀ ବାସନ୍ତୀ ସ୍ୱତନ୍ତ୍ର ମୁକ ଓ ବଧିର ଆବାସିକ ବିଦ୍ୟାଳ ୟର ଅଧ୍ୟକ୍ଷା ଅପରାଜିତା ସେନାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରା ଯାଇଥିଲାl
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l